ଭୁବନେଶ୍ୱର : ନକଲି ସୂଚନା ଅଧିକାର କର୍ମୀ କାହ୍ନୁ ପ୍ରଧାନ ଜଣେ ହତ୍ୟା ଅଭିଯୁକ୍ତ | ୨୦୨୦ ରେ କାଜୁ ଜଙ୍ଗଲ ହାତେଇବା ପାଇଁ ଦୁଇ ଜଣଙ୍କ ହତ୍ୟା କରିଥିଲା କାହ୍ନୁ | ହତ୍ୟା ବ୍ୟତୀତ ଖୋର୍ଦ୍ଧା ଚାନ୍ଦପୁର ଥାନାରେ ଅଭିଯୁକ୍ତ ବିରୋଧରେ ଅନେକ ମାମଲା ରହିଛି | କାହ୍ନୁ ୩ ଟି ମଦ ଦୋକାନ ଲିଜ ରେ ନେଇ ଚଲାଉଥିଲା | ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନକୁ STF ଗିରଫ ପରେ ଖୋଲୁଛି ଗୁମର | ଏହି ଘଟଣାରେ ବ୍ରହ୍ମପୁରର କିଶୋର ମିଶ୍ରଙ୍କୁ ଗତ ଶୁକ୍ରବାର ଗିରଫ କରାଯାଇଥିଲା | କାହ୍ନୁଚରଣ ଆକାଉଣ୍ଟରେ ୩ କୋଟି ଟଙ୍କା ଟ୍ରାଞ୍ଜକ୍ସନ ହୋଇଛି | ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସବୁକ ଓ ଏଟିଏମ ଜବତ ହୋଇଛି | ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ କରୁଥିଲେ ନକଲି ଆର୍ଟିଆଇ କର୍ମୀ |
କୋରାପୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ଼ ପକାଇ ବୁଲୁଥିଲେ କିଶୋର | ପୋଲିସର ସନ୍ଦେହ ହେବାକୁ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଥିଲା | ତାଙ୍କ ଠାରୁ ଆଇ ଆଣ୍ଡ ପିଆର ର ନକଲି ଆଇକାର୍ଡ଼ ପାଇଥିଲା ପୋଲିସ | ୨ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣିପାରେ STF | ପଞ୍ଚାୟତରାଜ ବିଭାଗରେ VLW ଚାକିରୀ କରାଇବାକୁ କହି ଲୁଟୁଥିଲେ ଟଙ୍କା | ଲୁଟ ଟଙ୍କାରେ ଥାଇଲାଣ୍ଡ ଯାଇ ମସାଜ ହେଉଥିବା ଜାଣିବାକୁ ପାଇଛି STF | କୋରାପୁଟ ଟାଉନ ଥାନା ପୋଲିସ ଚିଠି ଲେଖି STF କୁ ଏ ସମ୍ପର୍କରେ ଅବଗତ କରାଇଥିଲା | ଅଭିଯୁକ୍ତଙ୍କ ଆକାଉଣ୍ଟ ତଥ୍ୟ ପାଇଁ RBI କୁ ଚିଠି ଲେଖିଲା STF |