ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର ଚଢାଉ । ଜିଲ୍ଲା ପ୍ରଶାସନର ୫ ଜଣିଆ ଟିମ୍ ଚଢ଼ାଉ କରି ବାଲିସାହି ଅଞ୍ଚଳରୁ ଏକ ନକଲି କ୍ଷୀର ଗୋଦାମ ଠାବ କରିଛି। ଗୋଦାମରୁ ଅପମିଶ୍ରିତ କ୍ଷୀର ସହ ବସ୍ତାବସ୍ତା ପାଉଡର୍ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଅପମିଶ୍ରିତ କ୍ଷୀର ଓମ୍ଫେଡ୍କୁ ହେଉଥିଲା ସପ୍ଲାଏ। ଦୀର୍ଘଦିନ ଧରି ଚାଲିଥିଲା ଅପମିଶ୍ରିତ କ୍ଷୀର କାରବାର। ଚାଷୀଙ୍କଠାରୁ କ୍ଷୀର ନେଇ କରାଯାଉଥିଲା ଅପମିଶ୍ରଣ। ଏହି ଅପମିଶ୍ରିତ କ୍ଷୀର ବିଭିନ୍ନ କମ୍ପାନୀକୁ ଯୋଗାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ଜଗତସିଂହପୁର ଜିଲ୍ଲା ପ୍ରଶାସନର ୫ ଜଣିଆ ଟିମ୍ ଚଢାଉ କରି ଘଟଣାର ତଦନ୍ତ ଜାରି ରହିଛି। ଓଡ଼ିଶା ଦୁଗ୍ଧ ମହାସଂଘ ବା ଓମଫେଡ୍ ପକ୍ଷରୁ କୁହାଯାଇଛି ଯେ, ଓମଫେଡ ଉପଯୁକ୍ତ ପରୀକ୍ଷାନିରୀକ୍ଷା କରି କ୍ଷୀର ସଂଗ୍ରହ କରୁଛି। ଉକ୍ତ ଗୋଦାମରୁ ଓମଫେଡକୁ କ୍ଷୀର ଆସେନାହିଁ। ସେହି ଗୋଦାମ ଅପମିଶ୍ରିତ କ୍ଷୀର ଯୋଗାଣ କରୁଥିବା ଜଣାପଡ଼ିବା ପରେ ତା’ ନାମରେ ମାମଲା ରୁଜୁ କରାଯାଇଛି।