ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଏବେ ବଜାରରେ ବିକ୍ରି ହେଲାଣି ନକଲି ସାମ୍ପୁ । ସେ ପୁଣି ଘରେ ଘରେ ପରିଚିତ ଥିବା କ୍ଲିନକ ପ୍ଲସ ନାମରେ । ବହୁ ମାତ୍ରରେ ବଜାରରେ ବିକ୍ରି ହେଉଛି ନକଲି କ୍ଲିନିକ ପ୍ଲସ ସାମ୍ପୁ । ହିନ୍ଦୁସ୍ତାନ ଲିବର ଲିଗାମ ନାଁରେ ଜାଲି ଦ୍ରବ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ବଲାଙ୍ଗାରର କଣ୍ଟାବାଞ୍ଜିରେ ଥିବା ସବୁ ଦୋକାନ ଉପରେ ବାଙ୍ଗାଲୋରରୁ ଆସିଥିବା ହିନ୍ଦୁସ୍ତାନ ଲିବର ଟିମର ୪ଜଣ ସଦସ୍ୟ ଚଢଉ କରିଥିଲେ । ଚଢଉ ପାଇଁ ହିନ୍ଦୁସ୍ତାନ ଲିବର ଟିମ ବଲାଙ୍ଗୀର ପୋଲିସର ସହାୟତା ନେଇଥିବା ଜଣାପଡିଛି । ବିଭିନ୍ନ ଦୋକାନରୁ ୨ଶହରୁ ଅଧିକ ନକଲି ପାଉଚ ସାମ୍ପୁ ପ୍ୟକେଟ ଜବତ କରାଯାଇଛି । ତେବେ ନକଲି କେଉଁଠୁ ଆସିଲା ତାହାର ଆଇନ ଅନୁଯାୟୀ ତଦନ୍ତ କରାଯିବ ବୋଲି ହିନ୍ଦୁସ୍ତାନ ଲିବର ଟିମ କହିଛି ।