ଜାଲ ସାର୍ଟିଫିକେଟ ଦେଇ ଫସିଲେ ଶିକ୍ଷୟିତ୍ରୀ

0

ଦିଗପହଣ୍ଡି: ଜାଲ ସାର୍ଟିଫିକେଟ ଦେଇ ଫସିଲେ ଶିକ୍ଷୟିତ୍ରୀ ।ଏହି ଘଟଣାଟି ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ନେହୁରୁ ବିଦ୍ୟାପୀଠରେ ଘଟିଛି । ଏହାପରେ ମାମଲା ରୁଜୁ କରିଛନ୍ତି ପାଂଟପୁରା ପୋଲିସ।ଶିକ୍ଷୟତ୍ରୀଙ୍କ ନାମରେ ଶିକ୍ଷା ବିଭାଗ ଏତଲା ଦେବା ପରେ ଶିକ୍ଷୟତ୍ରୀ ଜଣଙ୍କ  ଫେରାରଥିବା ଜଣାପଡ଼ିଛି । ଜାଲସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାରୁ ଜିଲ୍ଲାପଳ ଉକ୍ତ ଶିକ୍ଷୟତ୍ରୀଙ୍କୁ ବହିଷ୍କୃତ କରିଛନ୍ତି। ଶିକ୍ଷୟତ୍ରୀଙ୍କ ନାମ ମନ୍ଦାକିନି ନାହାକ ବୋଲି ଜଣାପଡ଼ିଛି ।

ଯୁକ୍ତ ଦୁଇ ସାର୍ଟିଫିକେଟ ମାର୍କ ସିଟ ନକଲି ବୋଲି କଟକ ବୋର୍ଡ ଦର୍ଶାଇଛି । ୨୦୧୨ ମସିହା ଠାରୁ ଚାକିରି କରୁଥିବା ମନ୍ଦାକିନି ୨୦୧୧ରେ ଯୁକ୍ତଦୁଇ ସାର୍ଟିଫିକେଟ ଦେଇଥିବା ବେଳେ। ରେଗୁଲାର ନିମନ୍ତେ OTET ପରୀକ୍ଷା ଦେବା ସହ ରେଗୁଲାର ନିମନ୍ତେ ଆବେଦନ କରିଥିବା ବେଳେ ଯୁକ୍ତ ଦୁଇ ସାର୍ଟିଫିକେଟ ନକଲି ବୋଲି ସୂଚନା ମିଳିଥିଲା ।