(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ସୋସିଆଲ ମିଡ଼ିଆରେ ଏକ ମ୍ୟାସେଜ ଘୁରିବୁଲୁଛି । ଯେଉଁଥିରେ ଲେଖାହୋଇଛିକି ‘ଜିଏସ୍ଟି ସହ କଶ୍ମୀରର ଲାଲ ଚୌକ ରୋଡ୍ରେ ୧୧.୨୫ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ଆପଣଙ୍କ ଜମି ନିଶ୍ଚିତ କରନ୍ତୁ। କଶ୍ମୀରରୁ ୩୭୦ ଉଚ୍ଛେଦ ହୋଇଗଲା। ସୀମିତ ଜମି ଉପଲବ୍ଧ। ଅଧିକ ତଥ୍ୟ ପାଇଁ ୯୦୧୯୨୯୨୯୧୮ରେ ଯୋଗାଯୋଗ କରନ୍ତୁ।’ ହେଲେ ଏହି ମ୍ୟାସେଜଟି ଫେକ ବୋଲି ଜଣାପଡ଼ିଛି । କେହି ଜଣେ ବକ୍ତି ଫଟୋସପ ମାଧ୍ୟମରେ ଏହାକୁ ଏଡ଼ିଟ କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିବା ଜଣାପଡ଼ିଛି । ମେସେଜ୍ଟି ଆଜି ସକାଳ ୯.୫୦ ସମୟରେ ଆସିଛି ବୋଲି ସେଥିରେ ଦେଖିବାକୁ ମିଳିଛି।
ଆଜି ରାଜ୍ୟସଭାରେ ଆଗତ ହୋଇଛି ୩୭୦ ଧାରା ଛଚ୍ଛେଦ ପ୍ରସ୍ତାବ । ପୂର୍ବାହ୍ନ ୧୧ : ୩୦ ରେ ଘୋଷଣା କରିଥିଲେ । କିନ୍ତୁ ଏହି ମ୍ୟାସେଜ ଟି ସକାଳ ୯ : ୫୦ ସମୟରୁ ହିଁ ସୋସିଆଲ ମିଡ଼ିଆରେ ଘୂରିବୁଲୁଥିଲା ବୋଲି ଜଣାପଡ଼ିଛି ।