ଗାୟକରତ୍ନ ଫକିରମୋହନ ପଟ୍ଟନାୟକ ସଙ୍ଗୀତ ବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ଉଦ୍ଘାଟିତ

0

(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ସହରର ବିଜୁ ପଟ୍ଟନାୟକ ଛକଠାରେ ଥିବା ପଞ୍ଚରଥ ମନ୍ଦିର ପରିସରରେ ଗାୟକରତ୍ନ ଫକିରମୋହନ ପଟ୍ଟନାୟକ ସଙ୍ଗୀତ ବିଦ୍ୟାଳୟ ଓ ଲୋକ ସଙ୍ଗୀତ ଗବେଷଣା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସମାଜ ସେବୀ ଶ୍ରୀବସମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମାଜରୁ ଲୋକ ସଙ୍ଗୀତ ହଜିଯିବାକୁ ବସିଥିବା ବେଳେ ଏହି ଗବେଷଣା କେନ୍ଦ୍ର ପୁଣି ଲୋକ ଗୀତକୁ ବଞ୍ଚାଇ ରଖିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ମଲ୍ଲିକ୍ କହିଛନ୍ତି । ସମ୍ମାନିୟ ଅତିଥି ସପାଦକ ଅଭିମନ୍ୟୁ କୁଶଳ, ଗାୟକ ବୄନ୍ଦାବନ ନାଏକ, ଗାୟକ କୄଷଚନ୍ଦ ସିନ୍ଧିରିଆ, ଗାୟକ କୈବଲ୍ୟ ମିଶ୍ର ଓ ଲକ୍ଷ୍ମୀ ନାରାୟଣ ମେହେର ଓ ରଞ୍ଜନ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ସେଠାରେ ଗୀତ ବାଦ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। ଏହାକୁ ଉପସ୍ଥିତ ଅତିଥି ବୃନ୍ଦ ମନୋଭରି ଉପଭୋଗ କରିଥିଲେ ।