ବୋମ୍ମାଇପାଲ୍ଲୀ: ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ | ହାୱଡା- ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ | ହାୱଡାରୁ ସିକନ୍ଦରାବାଦ ଆସୁଥିବା ବେଳେ ଲାଗିଛି ନିଆଁ | ପାଗିଡ଼ିପାଲି-ବୋମାଇପାଲି ମଧ୍ୟରେ ନିଆଁ ଲାଗିଥିବା ସୂଚନା | ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ସୂଚନା | ଟ୍ରେନର ୩ଟି ବଗିରେ ନିଆଁ ଲାଗିଯାଇଥିବା ଜଣାପଡିଛି | ନିଆଁ ଲାଗିବା ଦେଖି ଟ୍ରେନରୁ ଓହ୍ଲାଇ ପଡିଥିଲେ ଯାତ୍ରୀ |
ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ‘ସିପିଆର୍ଓ’ ସି. ଏଚ୍. ରାକେଶ କହିଛନ୍ତି, ନିଆଁ ଲାଗିଥିବା କଥା ଜଣାପଡ଼ିବା କ୍ଷଣି ଟ୍ରେନ୍ ଘଟଣାସ୍ଥଳରେ ଅଟକି ଯାଇଥିଲା ଓ ସମସ୍ତ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ। ଏଥିରେ କେହି ମୃତାହତ ହୋଇନାହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଏସ୍୪’, ‘ଏସ୍୫’ ଓ ‘ଏସ୍୬’ ବଗିରେ ନିଆଁ ଲାଗିଛି। ଟ୍ରେନ୍ରୁ ଓହ୍ଲାଇପଡ଼ିଥିବା ଯାତ୍ରୀମାନଙ୍କ ଯାତ୍ରା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ନିଆଁ ସମ୍ପୂର୍ଣ୍ଣ ଲିଭିଯିବା ପରେ ସେ ବାଟ ଦେଇ ଯାଉଥିବା ବାକି ଟ୍ରେନ୍ଗୁଡ଼ିକର ବାତିଲ ବା ପଥ ପରିବର୍ତ୍ତନ ସଂକ୍ରାନ୍ତରେ ସୂଚନା ଜାରି କରାଯିବ। ପରେ ସେ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାରି ହେବ।