କୋଭିଡ ରୋଗୀଙ୍କ ମୃତଦେହ ନେଇପାରିବେ ପରିବାର ବର୍ଗ

0

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମୃତ ହେବ ପରିବାର ବର୍ଗଙ୍କୁ ମିଳିବ । ତେବେ ମୃତକଙ୍କ ରିପୋର୍ଟ ନେଗେଟିଭ ଥିବା ଦରକାର ।ଏନେଇ ରାଜ୍ୟସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କ ମୃତଦେହ ପରିବାରକୁ ଦିଆଯାଉ ନ ଥିଲା । କିନ୍ତୁ କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର ପାଇଁ ଆସିଛି ନୂଆ ଗାଇଡ ଲାଇନ । ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟଙ୍କୁ ଚିଠି କରାଯାଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ପକ୍ଷରୁ କୁହାଯାଇଛି, ସରକାରୀ ଗାଇଡଲାଇନ୍ ଅନୁସାରେ ଯଦି ମୃତ୍ୟୁ ବେଳକୁ କୌଣସି ଚିକିତ୍ସାଧୀନ ରୋଗୀ କୋଭିଡ୍ ନେଗେଟିଭ୍ ରହିଥାନ୍ତି ଓ ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କ ମୃତଦେହକୁ ନେବାକୁ ଇଚ୍ଛାବ୍ୟକ୍ତ କରିବେ, ତେବେ କେତେକ ସର୍ତ୍ତ ସହ ସେହି ଶବକୁ ସମ୍ପୂର୍ଣ୍ଣ ସିଲ୍ କରି ହସ୍ତାନ୍ତର କରାଯିବ। ମୃତକଙ୍କ ମୃତଦେହ ନେବାକୁ ଇଛାୟୀ ଏକ ଅଣ୍ଢରଟେକିଂ ଦେଇ ମୃତଦେହ ନେବେ । ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ ଜିଲ୍ଲା ଅବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ମୃତଦେହକୁ ନିଶ୍ଚିତ ଭାବେ ସାନିଟାଇଜ୍ ଓ ପ୍ୟାକିଂ କରାଯିବ । ମୃତଦେହ ଖୋଲାଯିବ ନାହିଁ । କୋଭିଡ ଗାଇଡଲାଇନ ଅନୁଯାୟୀ ଶେଷକୃତ କରାଯିବ ।