ମୋବାଇଲ ଦେଖିବାକୁ ବାରଣ କଲେ ବାପାମା’, କୋର୍ଟ ପହଞ୍ଚିଗଲେ ଭାଇଭଉଣୀ

0

ଇନ୍ଦୋର : ମୋବାଇଲ ନିଶା ଏମିତି ! ବାପାମା’ଙ୍କୁ କୋର୍ଟକୁ ଟାଣିଲେ ଭାଇଭଉଣୀ । ମୋବାଇଲ ପାଇଁ ଏବେ ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ପାଗଳ । ମୋବାଇଲ ପାଇଁ ଥାନାରେ ଅଭିଯୋଗ କରିବା ଜୀବନ ଦେଇଦେବା ଯେପରି ସାଧାରଣ କଥା ହୋଇଗଲାଣି । କୁନି କୁନି ପିଲାମାନେ କଅଁଳ ବୟସରେ ମୋବାଇଲ ନିଶାରେ ଏମିତି ପଡ଼ିଯାଉଛନ୍ତି, ତାଙ୍କ ପାଇଁ ଯେପରି ସାରା ଦୁନିଆ ହିଁ ସେହି ଗୋଟିଏ ଯନ୍ତ୍ର । ନିକଟରେ ପୁଣି ଥରେ ଏଭଳି ଏକ ଘଟଣା ଘଟିଛି । ମୋବାଇଲ ପାଇଁ ଥାନାରେ ପହଞ୍ଚି ଯାଇଛନ୍ତି ବାପାମା’ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଅଭିଯୋଗକାରୀ ଦ୍ୱୟ ହେଉଛନ୍ତି ୨୧ ବର୍ଷିୟ ଯୁବତୀ ଓ ୮ ବର୍ଷର ତାଙ୍କ ଭାଇ ।

୨୦୨୧ ମସିହା ଲକଡାଉନ୍ ସମୟରେ ବାପା-ମାଆ ଏହି ଦୁଇ ଭାଇ ଭଉଣୀଙ୍କୁ ମୋବାଇଲ ଫୋନ୍ ଓ ଟିଭି ଦେଖିବାକୁ ବାରଣ କରିଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଏହି ଦୁଇ ଭାଇ ଭଉଣୀ ତାଙ୍କ ବାପା-ମାଆଙ୍କ ବିରୋଧରେ ଚନ୍ଦନନଗର ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ ।

ଭାଇ ଭଉଣୀଙ୍କ ଅଭିଯୋଗ ଆଧାରରେ ପୋଲିସ ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ଏଫ୍ଆଇଆର୍ ପଞ୍ଜୀକୃତ କରି ଜିଲ୍ଲା କୋର୍ଟରେ ଦାଖଲ କରିଛି । ଏହି ମାମଲାକୁ ଖାରଜ କରିବାକୁ ତାଙ୍କ ପିତା-ମାତା ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚରେ ଆବେଦନ କରିଛନ୍ତି । ଏହି ମାମଲାକୁ କୋର୍ଟକୁ ଆଣିବା ପରିବର୍ତ୍ତେ ଘରେ ଏହାର ସମାଧାନ କରିବାକୁ ଆବେଦନକାରୀଙ୍କ ଓକିଲ ଧର୍ମେନ୍ଦ୍ର ଚୌଧୁରୀ କହିଛନ୍ତି ।

ଆବେଦନକାରୀଙ୍କ ଓକିଲ ଧର୍ମେନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଅଭିଭାବକମାନେ ହାଇକୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଜ କରିଛନ୍ତି । ଶୁଣାଣି ପରେ ହାଇକୋର୍ଟ ଜିଲ୍ଲା କୋର୍ଟରେ ପିତାମାତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ଶୁଣାଣି ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି ।