ପ୍ରସିଦ୍ଧ ବଲୁଚ ଲେଖକ ମୀର ୟାର ବଲୁଚ ପାକିସ୍ତାନଠାରୁ ବଲୁଚିସ୍ତାନର ସ୍ୱାଧୀନତା ଦାବି କରିଛନ୍ତି । ଭାରତ – ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏଭଳି ଘଟଣା ଅତି ରୋଚକ । ନୂଆଦିଲ୍ଲୀରେ ବଲୁଚିସ୍ତାନର ଦୂତବାସ ଖୋଲିବାକୁ ଭାରତ ସରକାରଙ୍କଠାରୁ ସେ ଅନୁମତି ମାଗିଛନ୍ତି । ସୋସିଆଲମିଡିଆରେ ଅନେକ ପୋଷ୍ଟ କରି ବଲୁଚ ଜନସାଧାରଣଙ୍କ ପାଇଁ ଓକିଲାତି କରୁଥିବା ମୀର ୟାର ବଲୁଚ ଦାବି କରିଛନ୍ତି । ସଂଯୁକ୍ତ ରାଷ୍ଟ୍ରକୁ ବଲୁଚିସ୍ତାନର ଶାନ୍ତି ସେନା ପଠାଇବାକୁ ସେ ନିବେଦନ କରିଛନ୍ତି । ଏହି ଅଞ୍ଚଳରୁ ପାକିସ୍ତାନ ସେନା ଚାଲିଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି ।
ଅପରେସନ ସିନ୍ଦୂରରେ ପହଲଗାମ ଆତଙ୍କୀ ଆକ୍ରମଣର ଜବାବ ଦେଇଥିଲା ଭାରତ । ପିଓକେ ଓ ପାକିସ୍ତାନର ଆତଙ୍କୀ ଶିବିରରେ ଭାରତ ଏୟାର ଷ୍ଟ୍ରାଇକ କରି ଆତଙ୍କୀ ଆଡ୍ଡାକୁ ଉଡ଼ାଇ ଦେଇଥିଲା । ଏହା ପରେ ପାକିସ୍ତାନ କାଶ୍ମୀରରେ ଜନସାଧାରଣଙ୍କୁ ଟାର୍ଗେଟ କରିଥିଲା । ଆଉ ଭାରତର କିଛି ସ୍ଥାନରେ ମିସାଇଲ ମାଡ ପାଇଁ ଉଦ୍ୟମ କରିଥିଲା । ହେଲେ ଏହାକୁ ପଣ୍ଡ କରିଦେଇଥିଲେ ଭାରତୀୟ ସେନା । ଆଉ ଏହାର ଜବାବରେ ଭାର ପାକିସ୍ତାନର କିଛି ସ୍ଥାନରେ ଡ୍ରୋନ ଆଉ ମିସାଇଲ ଆଟାକ କରି ପାକିସ୍ତାନ ଏୟାର ଡିଫେନ୍ସ ସିଷ୍ଟମକୁ ଉଡାଇଦେଇଥିଲା ।