(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ସିିଲିଂ ପଙ୍ଖାରେ ଝୁଲି ଆତ୍ମହତ୍ୟା କରୁଥିବାର ଅନେକ ଖବର ସାମ୍ନାକୁ ଆସିଥାଏ । କିନ୍ତୁ ଜବଲପୁରର ଜଣେ କାର୍ଡ଼ିଓଜଲିଷ୍ଟ ନିଜର ପରିଶ୍ରମ ବଳରେ ଏହି ସଙ୍କଟରେ ସମାଧାନ ବାହାର କରିଛନ୍ତି । ସେ ଲୋକାମାନଙ୍କ ଜୀବନ ବଞ୍ଚାଇବା ପାଇଁ ନୂଆ ଯନ୍ତ୍ରର ଆବିଷ୍କାର କରିଛନ୍ତି । କେବଳ ସେତିକି ନୁହେଁ ଏହାର ପ୍ୟାଣ୍ଟେଟ ବି କରିଛନ୍ତି ।
ମଧ୍ୟପ୍ରଦେଶ ଜବଲପୁରର କାର୍ଡ଼ିଓଲଜିଷ୍ଟ ଡ଼ାକ୍ତର ଆରଏସ୍ ଶର୍ମାଙ୍କୁ ତାଙ୍କର ଏହି ଆବିଷ୍କାର ପାଇଁ ୬ବର୍ଷ ସମୟ ଲାଗିଛି । ଦୀର୍ଘ ୬ ବର୍ଷ ପରେ ଯାଇ ତାଙ୍କୁ ଏହି ସଫଳତା ମିଳିଛି । ଗତ ଅଗଷ୍ଟ ୨ କୁ ତାଙ୍କୁ ସୁସାଇଡ଼ ଫ୍ରୁଫ୍ ଫ୍ୟାନ୍ର ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ୍ ଆଧାରରେ ପ୍ୟାଣ୍ଟେଟ ମିଳିଛି ।
ଡ଼ାକ୍ତର ଆରଏସ୍ ଶର୍ମା କହନ୍ତି ତାଙ୍କ ଓଡ଼ିଶା ଘରେ ରହୁଥିବା ଜଣେ କିଶୋର ଦ୍ୱାଦଶ ଶ୍ରେଣୀରେ ଫେଲ ହେବା ପରେ ସେ ଆତ୍ମହତ୍ୟା କରି ଦେଇଥିଲେ । ଏହାପରେ ତାର ପିତା ସିଲିଂ ଫ୍ୟାନ୍ ବାହାର କରି ଟେବୁଲ ଫ୍ୟାନ୍ ଲଗାଇ ଥିଲେ । ଏମିତି ଅନେକ ଘଟଣା ଶୁଣିବା ପରେ ସେ ଏଭଳି ଫ୍ୟାନ୍ ପ୍ରସ୍ତୁତ ପାଇଁ ନିଷ୍ପତ୍ତି ନେଇଥିଲେ ।