( ମୁତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ) : ଆଜି ରାଜ୍ୟ ସଚିବାଳୟ ଠାରେ ଆନୁଷ୍ଠନିକ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫନି ବାତ୍ୟା କ୍ଷୟକ୍ଷତି ଓ ପୁନଃଉଦ୍ଧାର ଆବଶ୍ୟକତା ନିର୍ଦ୍ଦାରଣ ସମ୍ବଧୀୟ ରିପୋର୍ଟର ଉନ୍ନୋଚନ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମିଳିତ ଜାତିସଂଘର ଭାରତରେ ଅବସ୍ଥିତ ମୁଖ୍ୟ ସମନ୍ଵୟକାରୀ ରେନାଟା ଲୋକ୍ – ଡେସାଲିଏନ୍ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ, ୟୁଏନଡିପିଓ ଅନ୍ୟାନ୍ୟ ପ୍ରମୁଖ ସଂସ୍ଥାର ଉଚ୍ଚ ଅଧିକାରୀ ସମତେ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ , ବିଭିନ୍ନ ବିଭାଗର ଶାସନ ସଚିବ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।