ପୂର୍ବତନ ଥାନା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ୱାଗତ

0

ଗଞ୍ଜମ/ରଜନୀକାନ୍ତ ପାତ୍ର : ହିଞ୍ଜିଳି ପୂର୍ବତନ ଥାନା ଅଧିକାରୀ ଅଭିମନ୍ୟୁ ଦାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ନୂତନ ଥାନା ଅଧିକାରୀ ଶ୍ରୀନିବାସ ସେଠିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ହିଞ୍ଜିଳି ଥାନା ପରିସରରେ ଆସ୍କା ଉପଖଣ୍ଡ ଅଧିକାରୀ ଉମା ଚରଣ ସିଂଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଥାନା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଅଭିମନ୍ୟୁ ଦାସ ହିଞ୍ଜିଳିକାଟୁରେ ୪ ବର୍ଷ ୧୯ ଦିନ କାର୍ଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟରେ ଅଞ୍ଚଳ ବାସୀ ସନ୍ତୁଷ୍ଟ ଥିବା ରୁ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ହିଞ୍ଜିଳିକାଟୁ ବ୍ଲକ୍ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷ ପଲେଇ, ବ୍ଳକ ଅଧ୍ୟକ୍ଷ ସରସ୍ୱତୀ ସେଠୀ, ଏବଂ ଆସ୍କା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଥାନାର ଅଧିକାରୀ ମାନେ ମଞ୍ଚାସୀନ ଥିଲେ ଓ ହିଞ୍ଜିଳି ଥାନାର କର୍ମଚାରି ସହରର ବୁଦ୍ଧିଜିବୀ ମାନେ ସମ୍ବର୍ଦ୍ଧନା ଜଣାଇଥିଲେ