( କଲ୍ୟାଣସିଂହପୁର / ସନ୍ତୋଷ କୁମାର ଲମତା ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଆଜକୁ ୪ ଦିନ ହେବ ୫ଟି ପଞ୍ଚାୟତକୁ ନେଇ ବୁଡାଗୁଡା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିଶରରେ ଚାଲିଥିବା ଧାନ ମଣ୍ଡିରେ ଧାନ ଗୁଡିକୁ ମିଲର୍ସ ମାନେ ଉଠାଉନଥିବାରୁ ବାଧ୍ୟ ହୋଇ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ।
ଚାଷୀମାନେ କହିବା ଅନୁଯାଇ ଆଜକୁ ୪ ଦିନ ହେବ ଧାନ ମଣ୍ଡିରେ ଶିତ କାକର ସହି ନିଜ ନିଜ ଧାନକୁ ଜଗି ଆସିଛୁ । କିନ୍ତୁ କୌଣସି ମିଲର୍ସ ର ଦେଖା ନାହିଁ।ଆଜି ସକାଳୁ କେହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଥିବାରୁ ବାହାରେ ପଡି ରହିଥିବା ଧାନ ଗୁଡିକ ନଷ୍ଟ ହେବାର ସମ୍ଭାବନା ଥିବାବେଳେ ଆର୍.ଏମ୍.ସି ପକ୍ଷରୁ ପଲିଥିନ୍ ଯୋଗାଇ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଚାଷୀ।ଏହା ସହିତ ୩ ବର୍ଷରୁ ଉର୍ଦ୍ଧ ହେବ ଲକ୍ଷାଧିକ ଟଙ୍କାର ଓଜନ ମେସିନ୍ ମଧ୍ୟ କାମରେ ନଲାଗି ଅଚଳ ହୋଇ ପଡିରହିଛି।ସେଥିପ୍ରତି ମଧ୍ୟ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି।ଏହିସବୁ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ଆଜି ଚାଷୀମାନେ ରାସ୍ତା ଅବରୋଧ କରିଥିଲେ ।ଖବର ପାଇ ପଲିସ୍ ପହଁଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।