ଲଗାଣ ବର୍ଷା ରେ କ୍ଷତିଗସ୍ତ ହୋଇଥିବା ଚାଷୀ ମାନଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0

ଜଗତସିଂହପୁର / ପ୍ରତାପ କୁମାର ସିଂ : ଦିନକୁ ଦିନ ତେଜୁଛି ଚାଷୀ ଆନ୍ଦୋଳନ।  କେତେବେଳେ ଜଳ ସେଚନ ପାଇଁ ସମସ୍ୟା ତ କେତେବେଳେ ମଣ୍ଡି ଜନିତ ସମସ୍ୟା ଯାହାକୁ ନେଇ ବିଭିନ୍ନ ସମୟରେ ରାଜ ରାସ୍ତା କୁ ଓଲ୍ହାଉଛି ଚାଷୀ । ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ସୁବିଧା ସହଯୋଗ ଓ ଯୋଜନା ର ବ୍ୟବସ୍ଥା କରାଯାଇ ଥିବା ବେଳେ ଏହାକୁ କିଛି ଅସାଧୁ ପ୍ରଶାସନିକ ଅଧିକରୀ ମାନେ ଏହା ଚାଷୀ ମାନଙ୍କ ପାଖରେ ପହଞ୍ଚେଇବା ବଦଳରେ ଆତ୍ମସାତ କରୁଥିବା ର ଦେଖା ଯାଉଛି ।  ଯାହାକୁ ନେଇ ଆଜି ରଘୁନାଥପୁର ବ୍ଲକ ର ରାଢ଼ଙ୍ଗ ପଞ୍ଚାୟତ ର ଶତାଧିକ ଚାଷୀ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବା ସହିତ ନିଜର ଦାବୀ ଉପସ୍ଥାପନା କରିଛନ୍ତି l ମୁଖ୍ୟତଃ ଗତ  ଲଘୁଚାପ ଜନିତ ବର୍ଷା ରେ ତିନି ସହ ରୁ ଉର୍ଦ୍ଧ ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇ ଲକ୍ଷ୍ୟଧିକ ଟଙ୍କା ର ଚାଷୀ କ୍ଷତି ସହି ଥିବା ବେଳେ ପ୍ରଶାସନ ଏହା ଉପରେ ଦୃଷ୍ଟି ନ ପକାଇ ବା ସହିତ  ଏହାର ସ୍ଥାୟୀ ପ୍ରତିକାର ନକରିବା ଫଳରେ  ଲଗାତାର ଆଠ ବର୍ଷ ଧରି ଏଭଳି କ୍ଷତି ସହୁଥିବା ନେଇ ଅଭିଯୋଗ ଆଣିଛି ଚାଷୀ।  ତେବେ ହି ସବୁ ସମସ୍ୟା ସମାଧାନ କରିବା ନିମନ୍ତେ ରାଢ଼ଙ୍ଗ ପଞ୍ଚାୟତ ର ଶତାଧିକ ଚାଷୀ ମାନେ ଆଜି ଏକ ଦାବୀପତ୍ର ଜିଲ୍ଲାପାଳ କୁ ପ୍ରଦାନ କରିଵା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରିଛନ୍ତି। ଯଦି ଏହି ଦାବୀ ଗୁଡିକ  ଶୀଘ୍ର ପୂରଣ ନକରାଯାଏ ଆଗାମୀ ଦିନ ରେ ଚାଷୀ ମାନେ ଜିଲ୍ଲାପାଳ ଙ୍କ କାର୍ଯାଳୟ ସମ୍ମୁଖରେ ଆମରଣ ଅନଶନ ରେ  ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ।