ବ୍ୟୁରୋ : କେନାଲ ପଡିଛି ଶୁଖିଲା, ପିଲା ଖେଳୁଛନ୍ତି କ୍ରିକେଟ। ସୁବର୍ଣ୍ଣ ରେଖା ଜଳ ପ୍ରକଳ୍ପ କୁ ନେଇ ବଡ଼ସାହି ବିଜେପି ବିଧାୟକ ସନାତନ ବିଜୁଳି ଙ୍କ ଉଦବେଗ। ପୂର୍ବତନ ମୁଖ୍ୟମନ୍ତ୍ରୀ ୪ ଥର ଉଦଘାଟନ କରିସାରିଥିଲେ ବି ଚାଷୀଙ୍କୁ ପାଣି ମିଳୁନି। କେବେ ଚାଷୀ ପାଇବେ ପାଣି ବୋଲି ପ୍ରଶ୍ନ କଲେ। ବିଧାୟକ ଙ୍କ ପ୍ରଶ୍ନରେ ନୟାଗଡ଼ କଥା ଉଠାଇ ଉଦବେଗ ପ୍ରକାଶ କଲେ ବାଚସ୍ପତି। ନୟାଗଡ଼ ରେ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ୧୨୭ ଟି ବୋରୱେଲ, ୭ ରୁ ୮ ବର୍ଷ ହେଲା ଅଚଳ ହୋଇ ପଡିଥିବା କହିଲେ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖୁଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଲେ ଯେ, ସେ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ।