ଚାଷୀ ହେଉଛି ଦେଶ ର ମେରୁଦଣ୍ଡ, ବିକଶିତ ଭାରତ ହେବା ପାଇଁ ଚାଷୀମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ

0

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଲ ବ୍ଲକ ଅନ୍ତର୍ଗତ  ଏମଭି 79 ପୋଟେରୁ କେନାଲ ଡିଭିଜନ  କାର୍ଯ୍ୟଳୟ ସମ୍ମୁଖରେ ଥିବା ର ସମ୍ମିଳନୀ କକ୍ଷ ରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଦିବସ ଅନୁଷ୍ଟିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଥମେ ଜଗତରନାଥ ଜଗନ୍ନାଥଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜଳନ କରି ସଭାଟିକୁ ଆରମ୍ଭ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କାଲିମେଳା ବ୍ଲକ୍ ଅଧକ୍ଷ ସୁଭାଷିନୀ ସୋଡ଼ି,ମୂଖ୍ୟ ବକ୍ତା ଭାବେ ମାଲକାନଗିରି ଜିଲ୍ଲା ବିଜେପି ଜିଲ୍ଲା ସଭାପତି ନିମାଇ ଚନ୍ଦ୍ର ପାଲ୍, ସମ୍ମାନିତ ଅତିଥି ରୂପେ  କାଲିମେଳା ଜୋନ୍ 1 ଜିଲ୍ଲାପରିଷଦ ସଭ୍ୟା ଅପର୍ଣା ମଣ୍ଡଲ, ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ, କାଲିମେଳା ବ୍ଲକ୍ ବିଧାୟକ ପ୍ରଧିନିଧି ହର୍ ବିଳାସ ମଣ୍ଡଳ, ପୁବ ତନ ବିଧୟକ ମୁକୁନ୍ଦ ସୋଡ଼ି ପୋଟେରୁ ଜଳ ସେଚନ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ସନୋଜ କୁମାର ସାହୁ ସଭାପତିତ୍ବରେ କରିଥିବା ବେଳେ ଅୟୋଜିତ କାର୍ଯ୍ୟକ୍ରମରେ  ସୁନିତା ପ୍ରଧାନ, ଶ୍ରୀକାନ୍ତ ନାୟକ, ଆଦି ମଞ୍ଚାସୀନ ହୋଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ରେ  ସ୍ଥାନୀୟ ବହୁତ ଚାଷୀ ,ଆଖ ପାଖ ଅଞ୍ଚଳର ବହୁ ଚାଷୀ ମାନେ , ଛାତ୍ରଛାତ୍ରୀ ଓ ବହୁ ବୁଦ୍ଧି ଯିବି ଯୋଗ ଦେଇଥିଲେ। ଅୟୋଜିତ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ୍ କ୍ଷେତ୍ର ରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।

ଚାଷ ଜମିରେ ପାଣି କିଭଲି ସଦୁପଯୋଗ କରିପାରିବେ ସେ ନେଇ ମଞ୍ଚାସୀନ ଅତିଥି ମାନେ ଆଲୋକପାତ କରିଥିଲେ ଏବଂ  ପୁବରୁ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ, ପ୍ରତିଯୋଗିତାରେ ଭାଗ ନେଇଥିବା ଚାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଅୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିବା ସମସ୍ତ ବରିଷ୍ଠ ବ୍ଯକ୍ତି ବିଶେଷ, ଛାତ୍ରଛାତ୍ରୀ, ଓ ଚାଷୀ ମାନଙ୍କୁ ପୋଟେରୁ ଜଳ ସେଚନ ପ୍ରକଳ୍ପ ର   ସହକାରୀ ଯନ୍ତ୍ରୀ ସୁନିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଅୟୋଜିତ କାର୍ଯ୍ୟକ୍ରମ ରେ ବିରେନ୍ଦ୍ର ଧାରୁଆ, ଅଜିତ ପ୍ରଧାନ, ପ୍ରଶାନ୍ତ କୁମାର ବେହେରା, ବିଜୟ ଭୋଇ,ଚିତ୍ତ ସେନ୍ ମହାରଣା, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ରଞ୍ଜିତ ମହାରଣା, ଆଦି କାର୍ଯ୍ୟକ୍ରମ ରେ ସହଯୋଗ କରୁଥିଲେ।