ଜଳେଶ୍ଵର / ଅଜିତ ସାହୁ : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଠାରେ ମିଟିଲାବ୍ ଓ ଈଶ୍ୱର ସଂସ୍ଥା ର ମିଳିତ ସହଯୋଗରେ ଦୀର୍ଘସ୍ଥାୟୀ ଧାନ ଚାଷ ପାଇଁ ସ୍ଥାନୀୟ ଅଞ୍ଚଳର କୃଷକ ଙ୍କୁ ନେଇ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ଈଶ୍ୱର ସଂସ୍ଥାର ସି.ଇ.ଓ ପୀୟୂଷ କୁମାର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ, ଅତିଥି ଭାବେ ବସ୍ତା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମହାପାତ୍ର, ଉଠା ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ, ଜିଲ୍ଲା କୃଷି ଅଧିକାରୀ ରାଜିବ ଲୋଚନ ବେହେରା, ସମାଜ ସେବୀ ସଂଗ୍ରାମ କେଶରୀ ପରିଡ଼ା ପ୍ରମୁଖ ଯୋଗ ଦେଇ କୃଷି ଓ କୃଷକର ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ମନ୍ତବ୍ୟ ଦେଇଥିଲେ । ଯେପରିକି ଗ୍ଲୋବାଲ ୱାର୍ମିଂ ପାଇଁ ଆବଶ୍ୟକ ପରିମାଣର ବର୍ଷା ହେଉନଥିବାରୁ ପାଣି ସଙ୍କଟ ଦେଖା ଦେଉଛି, ଅନାବଶ୍ୟକ ଭାବେ ପାଣିର ଅପଚୟ ବ୍ୟବହାର ନକରି ସଂରକ୍ଷଣ ପାଇଁ ଯତ୍ନବାନ ହେବା। ଧାନ ଚାଷ ସହିତ ପନିପରିବା ଚାଷ, ଯାହା କମ ପାଣିରେ ହୋଇପାରିବ। ଉଭୟ ଓଦା ଓ ଶୁଖିଲା ପ୍ରଣାଳୀରେ ଧାଡ଼ି ରୁଆ ପ୍ରଣାଳୀରେ ଧାନ ଚାଷ କରିବା। ରାସାୟନିକ ସାର ଔଷଧ ବ୍ୟବହାର ନକରି ଜୈବିକ ପ୍ରଣାଳୀରେ ଚାଷ ପାଇଁ ପରାମର୍ଶ ଦେଇଥିଲେ । ଯାହାଦ୍ଵାରା କମ ଖର୍ଚ୍ଚରେ ଚାଷୀ ଅଧିକରୁ ଅଧିକ ଲଭା ପାଇପାରିବ ଏବଂ ମାଟି ,ଜଳବାୟୁ ଓ ପରିବେଶ ପ୍ରଦୂଷଣ କୁ ରୋକା ଯାଇପାରିବ।