ସୋନପୁର(ଓମପ୍ରକାଶ ମିଶ୍ର): ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକାର ପର୍ୟ୍ୟଟନ ସ୍ଥଳୀ ପାପକ୍ଷୟ ଠାରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଚାଷୀ ସଂଗଠନର ସଭାପତି ଅଜିତ କୁମାର ପଣ୍ଡା ଏହି ସମାବେଶର ଅଧ୍ୟକ୍ଷତା କରିଥିଲେ । ଏଥିରେ ବିନିକା ବ୍ଲକ ଓ ଏନଏସି ଅଂଚଳର ସମସ୍ତ ଚାଷୀ ଯୋଗ ଦେଇଥିଲେ । ବର୍ଷା ଅଭାବରୁ ଚାଷ ଠିକ ଭାବେ ହୋଇନଥିବା ଓ ଚାଷୀ ମାନଙ୍କ ପାଇଁ ଠିକ ସମୟରେ ସାର ମିଳି ନ ଥିବା ଅଭିଯୋଗ କରିଛନ୍ତି । ଧାନ ବିକ୍ରି କରିବାକୁ ଗଲେ ଠିକ ଭାବରେ ଟଙ୍କା ମଧ୍ୟ ମିଳୁନଥିବା ଅଭିଯୋଗ କରିଥିଲେ ସମସ୍ତ ଚାଷୀ । ଏଥି ସହିତ ଚାଷୀମାନଭ୍କର ବିଭିନ୍ନ ସମସ୍ୟା ଉପରେ ଏହି ସମାବେଶରେ ଆଲୋଚନା କରାଯାଇଥିଲା ।