କନ୍ଧମାଳ ଜିଲ୍ଲା/ମୃତ୍ୟୁଞ୍ଜୟ ଦିଗାଲ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଚାରି ନମ୍ବର ୱାର୍ଡ଼ ପାଲେଣ୍ଡି ଗାଁରେ ଗତ ୨୦୧୭ ମସିହାରେ ଚାଷୀଙ୍କୁ ଜଳସେଚନ ପ୍ରକଳ୍ପ ସୁବିଧା ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ବିଦ୍ୟୁତ୍ ସଂଯୋଗ କରାଯିବା ସହ ଅତ୍ୟାଧୁନିକ ଯନ୍ତ୍ରପାତି,ପାଣିପମ୍ପ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଥିଲା । ହେଲେ ଟ୍ରାନ୍ସଫର୍ମରକୁ ଫିରିଙ୍ଗିଆ ବିଦ୍ୟୁତ୍ ବିଭାଗରେ କିଛି କର୍ମଚାରୀ ଓ ଯନ୍ତ୍ରୀ କାଢି ନେଇଯାଇଥିଲେ । ଫଳରେ ଚାଷୀମାନେ ବାଦ୍ୟ ହୋଇ କନ୍ଧମାଳ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସହ ବିଦ୍ୟୁତ୍ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ । କିଛି ପଦକ୍ଷେପ ଗ୍ରହଣ କରାନଯିବାରୁ ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
ଏହି ଘଟଣାକୁ ନେଇ ବିଦ୍ୟୁତ୍ ବିଭାଗ ବିରୋଧରେ ବାରମ୍ବାର ଖବର ପ୍ରସାରଣ ପରେ ଟ୍ରାନ୍ସଫର୍ମରକୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଅନ୍ୟ ଏକ ଜାଗାରେ ଲଗାଯାଇଥିବା ଜଣାପଡିଥିଲା । ତେବେ ଘଟଣାକୁ ବିଦ୍ୟୁତ୍ ବିଭାଗ ସ୍ବୀକାର କରିଥିବା ବେଳେ ପୁଣି ଥରେ ଚାଷୀଙ୍କ ସହ ଆଲୋଚନା କରି ନୂତନ ଟ୍ରାନ୍ସଫର୍ମଟିକୁ ଲଗାଯାଇଥିବା ଜଣାପଡିଛି । ଅନ୍ୟ ପଟେ ଟ୍ରାନ୍ସଫର୍ମ ଲାଗିବାରୁ ଚାଷୀମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ଓ ସେମାନେ ଗଣମାଧ୍ୟମ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।