ଚାଷୀଙ୍କୁ ମିଳିବ ପିଏମ ଟଙ୍କା

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ସିଏମ  ଟଙ୍କା ପରେ ଚାଷୀଙ୍କୁ ମିଳିବ ପିଏମ ଟଙ୍କା । କାରଣ ଚାଷୀଙ୍କୁ ସଶକ୍ତ କରିବାକୁ ଉଭୟ ସରକାର । ଏଥିପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।   ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରାଯାଇଛି ।  ଯାହାଦ୍ୱାରା   ଚାଷୀ ମାନେ ସଫଳ ହୋଇ ପାରିବେ ।ଯେଉଁମାନେ E-KYC କରାଇନାହାନ୍ତି, ସେମାନଙ୍କ ଖାତାକୁ ଏଥର ପିଏମ୍ କିସାନ ଟଙ୍କା ନଆସିପାରେ । ଖାଲି ସେତିକି ନୁହେଁ ଭୁଲେଖ ଭେରିଫିକେସନ୍‌ କରାଇନଥିଲେ ବି ଟଙ୍କା ଅଟକି ଯାଇପାରେ । ଏଣୁ ଅଧାଅଧୁରା ଫର୍ମ ପୂରଣ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଥିଇଲା ।ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ତିନୋଟି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କା ଯୋଗାଇ ଦେଉଛନ୍ତି ସରକାର । ଏଭଳି ଭାବରେ ଚାଷୀମାନେ ୧୯ଟି କିସ୍ତି ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପାଇ ସାରିଛନ୍ତି । ଏବେ ସାରା ଦେଶର ଚାଷୀ ପିଏମ୍‌ କିସାନ ଯୋଜନାର ୨୦ତମ କିସ୍ତି ଅପେକ୍ଷାରେ ରହିଛନ୍ତି । ଏହି ଯୋଜନାରେ ସରକାର ଚାଷୀଙ୍କୁ ୩ଟି କିସ୍ତିରେ ୬ ହଜାର ଟଙ୍କା ଯୋଗାଇ ଦେଉଛନ୍ତି । ପ୍ରତି କିସ୍ତିରେ ଚାଷୀଙ୍କୁ ମିଳୁଛି ୨ ହଜାର ଟଙ୍କା । ପ୍ରତି ୪ ମାସରେ ଗୋଟିଏ କିସ୍ତି ଟଙ୍କା ଦେଇ ଆସୁଛନ୍ତି ସରକାର ।  ଏଣୁ ଏବେ ୨୦ତମ କିସ୍ତି କେବେ ଆସିବ, ସେହି ତାରିଖକୁ ଅନାଇ ବସିଛନ୍ତି ଚାଷୀମାନେ । ତେବେ ଏକ ରିପୋର୍ଟ ମୁତାବ ଆସନ୍ତା ଜୁନ୍‌ ମାସରେ ସରକାର ପିଏମ୍‌ କିସାନର ଯୋଜନାର ୨୦ କିସ୍ତି ପଠାଇବେ । ଆପଣ ଯଦି ପିଏମ କିସାନ ଯୋଜନା ପାଇଁ ଫର୍ମପୂରଣ କରିଥିଲେ ତେବେ ବେନିଫିସିଆରୀ ଲିଷ୍ଟ୍‌ରେ ନିଜ ନାଁ ଚେକ୍‌ କରିପାରିବେ । ଏଥିପାଇଁ ସରକାରଙ୍କ ଅଫିସିଆଲ ୱେବ୍‌ସାଇଟ୍‌ pmkisan.gov.in ଭିଜିଟ୍‌ କରିପାରିବେ ପ୍ରକୃତ ହିତାଧିକାରୀ । ଏହି ୱେବ୍‌ସାଇଟ୍ ଭିଜିଟ୍‌ କରି ବେନିଫିସିଆରି ଲିଷ୍ଟ୍‌ ଚେକ୍‌ କରି ନିଜ ଜିଲ୍ଲା, ବ୍ଲକ୍‌ ଓ ଗାଁ ବିବରଣୀ ଦେବାକୁ ହେବ । ଏହାପରେ ଗେଟ୍‌ ରିପୋର୍ଟ ଉପରେ କ୍ଲିକ୍‌ କରି ସରକାରଙ୍କ ପିଏମ୍‌ କିସାନ ଲିଷ୍ଟ୍‌ରେ ନିଜର ନାଁ ଚେକ୍‌ କରିପାରିବେ ।