ରାଇଘର/ଲଳିତ ସୁନାନୀ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ୪ ଟି ପଞ୍ଚାୟତରେ ଲୋ ଭୋଲ୍ଟେଜ ସମସ୍ୟାକୁ ନେଇ ଇଲେକ୍ଟ୍ରି ଅଫିସ ଘେରାଉ କଲେ ପଞ୍ଚାୟତବାସୀ। ଲୋ ଭୋଲ୍ଟେଜ ସମସ୍ୟାକୁ ନେଇ ଚିନ୍ତାରେ ଚାଷୀ। ଲୋ ଭୋଲ୍ଟେଜ୍ ଯୋଗୁଁ ଏକର ଏକର ଫସଲ ନଷ୍ଟ। ସୂଚନା ପ୍ରକାରେ ରାଇଘର ବ୍ଲକର ମହଣ୍ଡ, କଚରାପାରା , ଛେଳିଡଙ୍ଗରି, ଦେବାଗାଁ , ପଂଚାୟତର ଚାଷୀମାନେ ଏକତ୍ରିତ ହୋଇ ଲୋ ଭୋଲ୍ଟେଜ୍ ସମସ୍ୟାକୁ ନେଇ ଆଜି ଇଲେକ୍ଟ୍ରି ଅଫିସ ଘେରାଉ କରିଥିଲେ l
ଲୋ ଭୋଲ୍ଟେଜ୍ ଯୋଗୁଁ ଜଳସେଚନ ହୋଇ ପାରୁ ନଥିବାରୁ ଚଳିତ ବର୍ଷ ରବି ଫସଲ ଏବେ ନଷ୍ଟ ହେବାକୁ ଯାଉଥିବା ବେଳେ ଚାଷୀ ଏବେ ଏହି ସମସ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି । ଚାଷୀ ଋଣ ନେଇ ଚାଷ କରୁଛନ୍ତି କିନ୍ତୁ ଲୋ ଭୋଲଟେଜ୍ ସମସ୍ୟା କୁ ନେଇ ପାଣି ଅଭାବ ରୁ ଫସଲ ନଷ୍ଟ ହେବାକୁ ବସିଥିବା ବେଳେ କିଛି ଟା ଫସଲ ନଷ୍ଟ ହୋଇଯାଇଛି।ଏନେଇ କିଛି ଦିନ ପୂର୍ବେ ଏହି ସମସ୍ୟା କୁ ନେଇ ଆଜି ୪ ପଞ୍ଚାୟତ ବାସୀ ଇଲେକ୍ଟ୍ରି ଅଫିସ ଘେରାଉ କରିଥିଲେ l