ବ୍ୟୁରୋ : ବର୍ଷା ଦିନ ଆସିଲେ ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ ହେଉଛି । ବନ୍ୟା ବାତ୍ୟା ପରି ପ୍ରକୃତିକ ବିପର୍ଯ୍ୟୟରେ ଧୋଇଯାଉଛି ଫସଲ । ଆଉ ହଇରାଣ ହୁଅନ୍ତି ଚିଷୀ ପରିବାର । ଫସଲ ସବୁ ପଚିଯାଏ,ନଷ୍ଟ ହୋଇଯାଏ । ଫସଲ ଆଉ ବିକ୍ରି ଉପଯୋଗୀ ହୋଇ ନଥାଏ । ତେବେ ବର୍ତ୍ତମାନ ଶହ ଶହ ହେକ୍ଟର ଜାଷ ଜମିରେ ବନ୍ୟା ଜଳ ପ୍ରବାହିତ ହେଉଛି। ମହାନଦୀରେ ଆସିଥିବା ଦ୍ଵିତୀୟ ବନ୍ୟା ପାଣିରେ ବୁଡି ରହିଛି ଚାଷ ଜମି। ଆମେ କହୁଛୁ କଟକ ଜିଲ୍ଲାର ବାଙ୍କୀ ବ୍ଲକ କଥା । ବ୍ଲକର ସାତଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଡମପଡ଼ା ବ୍ଲକର ବହୁ ପଞ୍ଚାୟତରେ ପସିଛି ବନ୍ୟା ପାଣି । ଆଉ ଧାନ ପସଳ ଜମିରେ ଏହି ପାଣି ପଶି ଧାନ ଚାଷ ନଷ୍ଟ ହେବାକୁ ବସିଲାଣି। ଉପର ମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ହୀରାକୁଦରୁ ପାଣି ଆସିବା ଫଳରେ ମହାନଦୀରେ ସାତ ଲକ୍ଷ କ୍ୟୁସେକ୍ ବନ୍ୟା ପାଣି ପ୍ରବାହିତ ହୋଇଛି । ଗତ ୧୭ ତାରିଖ ରେ ମହାନଦୀରେ ଦ୍ୱିତୀୟ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ବାଙ୍କୀର ଶାଖା ନଦୀ ରଣ, ଚନ୍ଦ୍ରପା, ହୁଳୁ ହୁଳାରେ ପାଣି ପ୍ରବାହିତ ହେବାରୁ ଯୋଗାଯୋଗ ବିଛିନ୍ନ ହୋଇଥିଲା। ହୁଳୁହୁଳା ପୋଲ ଉପରେ ଚାରିଫୁଟ ର ପାଣି ପ୍ରବାହିତ ହେଉଥିଲା । ବାଙ୍କୀ ବ୍ଲକର ପାଞ୍ଚଟି ପଞ୍ଚାୟତ ଲୋକେ ଯିବା ଆସିବା କରିବାପାଇଁ ପାୱାର ବୋଟର ବ୍ୟବସ୍ଥା କରୁଥିଲେ । ହେଲେ ରତାଗଡ , ଓସ୍ତିଆ, ବନ୍ଦାଳ ପଞ୍ଚାୟତ, ଡମପଡ଼ା ବ୍ଲକର ବହୁ ପଞ୍ଚାୟତରେ ଜଳ ପ୍ରବାହିତ ହେବା ଦ୍ବାରା ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ଅନେକ ପନିପରିବା ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଗତ ଅଗଷ୍ଟ ମାସରେ ମହାନଦୀରେ ଆସିଥିବା ପ୍ରଥମ ବନ୍ୟାଜଳରେ ଫସଲ ନଷ୍ଟ ହୋଇଥିଲା । ଏବେ ପୁଣି ପାଣି ଛାଡ଼ିବା ପରେ ଚାଷୀ ପୁଣି ଚିନ୍ତାରେ ପଡିଛି। ବାଙ୍କୀ ଉପ ଜିଲ୍ଲାପାଳ କହିଛନ୍ତି ପାଣି ଛାଡୁଛି। ସମ୍ପୂର୍ଣ୍ଣ ନିଷ୍କାସନ ହେଲେ କୃଷି ଓ ରାଜସ୍ବ ବିଭାଗ କର୍ମଚାରୀମାନେ ଯାଇ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେଲେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ।