ଏଣିକି ଟ୍ରାଫିକ ପୋଷ୍ଟରେ ରହିବ ଫାଷ୍ଟ ଏଡ୍ ବାକ୍ସ

0

କଟକ – କଟକ ସହରରେ ସମସ୍ତ ଟ୍ରାଫିକ ପୋଷ୍ଟରେ ରହିବ ଫାଷ୍ଟ ଏଡ ବାକ୍ସ । ଆଜି ଶିଖରପୁରଠାରେ ଟ୍ରାଫିକ ଡିସିପି ସୈାମ୍ୟା ମିଶ୍ର ଏହାର ଉଦଘାଟନ କରିଛନ୍ତି । ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଓଡିଶା ଓ ସିଫା ହସ୍ପିଟାଲରମିଳୀତ ସହେଯାଗରେ ମୋଟ ୫୦ ଟି ଟ୍ରାଫିକ ପୋଷ୍ଟରେ ଏହି ବକ୍ସ ଲଗାଯିବ । ଦୁର୍ଘଟଣାରେ ଆହତହୋଇଥିବା ଲୋକମାନଙ୍କୁ ଚକିତ୍ସା ପ୍ରଦାନକରାଯିବ ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି ।ଯଦି ରାସ୍ତାରେ କୈାଣସି ଦୁର୍ଘଟଣା ଘଟୁଛି । ତା ହେଲେଦୁର୍ଘଟଣାଗ୍ରସ୍ତଙ୍କୁ ବଞ୍ଚାଇବା ପାଇଁ ତୁରନ୍ତ ହସ୍ପିଟାଲ ନେଇଥିବା ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ଇନସେଣ୍ଟିଭ ଓ ସାର୍ଟିଫିକେଟ ମିଳିବ । ଏଥିପାଇଁ ମଧ୍ୟ ଟ୍ରାଫିକ କର୍ମଚାରୀମାନଙ୍କୁ ତାଲିମ କରାଯାଇଛି ।

Edit by sanjulata sahoo