ବ୍ୟୁରୋ: ଆନ୍ଧ୍ରାରେ ମର୍ମନ୍ତୁଦ ଦୁର୍ଘଟଣା । ଲରି ସହ ଆମ୍ବୁଲାନ୍ସ ଧକ୍କା ହେବା ଫଳରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପୁଥଲପାଟୁ-ନାଇଡୁପେଟା ଏନଏଚ୍ ରେ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା ଲରି । ରୋଗୀ ଧରି ବେଙ୍ଗଲୁରୁ ଭିକ୍ଟୋରିଆ ହସ୍ପିଟାଲ ଯିବା ସମୟରେ ଏପରି ଅଘଟଣ ଘଟିଛି । ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଜଣ ଗୁରୁତର ହୋଇଥିବା ଜାଣିବାକୁ ମିଳିଛି । ତେବେ ୪ ମୃତକ ଓଡିଆ ବୋଲି ଆନ୍ଧ୍ର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜଣାପଡିଛି । ମୃତକଙ୍କ ମଧ୍ୟରେ ୩ଜଣ ପୁରୁଷ ଓ ଜଣେ ମହିଳା ଥିବା ସୂଚନା ମିଳିଛି । ତେବେ ମୃ୍ତାହତମାନଙ୍କ ଘର କେଉଁଠି ତାହା ଜଣାପଡିନାହିଁ ।