ଡମଣା ଛକରେ ଭୟଙ୍କର ଦୁର୍ଘଟଣା: ଭାଙ୍ଗିଲା ଟ୍ରାଫିକ ପୋଷ୍ଟ

0

ଭୁବନେଶ୍ଵର: ବେପରୁଆ ଗାଡ଼ି ଚାଳନା ପାଇଁ ଉଡ଼ିଲା ଟ୍ରିଫିକ ପୋଷ୍ଟ ।   ଭୁବନେଶ୍ଵର ଡମଣା ଛକରେ  ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ କାର ରାସ୍ତା ମଝିରେ ଥିବା ଟ୍ରାଫିକ ପୋଷ୍ଟକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁ କାରଟି ଚୂରମାର ହୋଇଯାଇଛି। ବିଳମ୍ବିତ ରାତି ଯୋଗୁ ଦୁର୍ଘଟଣାରେ ଅନ୍ୟ କାହାରି କୌଣସି କ୍ଷତି ହୋଇନାହିଁ। ଗାଡ଼ି ଚାଳକ ଏବଂ ଯାତ୍ରୀଙ୍କ ସମ୍ପର୍କରେ ବିଶେଷ ସୂଚନା ମିଳିନାହିଁ। ଖବରପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।