ତୁଳସୀ ଯାତ୍ରା ପାର୍ଟିର ମାଲିକଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ

0

ଭୁବନେଶ୍ୱର;ଯାତ୍ରାର ପିଛା ଛାଡୁନି ବିବାଦ । ଗୋଟିଏ ବିବାଦ ସମାଧାନ ନହେଉଣୁ ପୁଣି ବିବାଦ ଆରମ୍ଭ ହେଲାଣି । ତୁଳସୀ ଯାତ୍ରା ପାର୍ଟିର ମାଲିକଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ ହୋଇଛି । ଯାତ୍ରା ପାର୍ଟିର ହିରୋଇନ ସୋନାଲିଙ୍କ ସ୍ୱାମୀ କହିଛନ୍ତି ଯେ, ତାଙ୍କ ସ୍ତ୍ରୀକୁ ତୁଳସୀ ଯାତ୍ରା ପାର୍ଟିର ମାଲିକ ତାଙ୍କ ସ୍ତ୍ରୀକୁ ଛାସଡୁନାହାନ୍ତି । ସେ ଏହାମଧ୍ୟ କହିଛନ୍ତି, ମାଲିକ ଅନନ୍ତ ନାରାୟଣ ଧଳ ଦୀର୍ଘ ବର୍ଷଧରି ନିଜ ପାର୍ଟିରେ ରଖିବା ସହିତ ସ୍ଵାମୀ ଓ ପୁଅ ଠୁ ଅଲଗା କରାଇ ଦେଇଛନ୍ତି । ସେପଟେ ଯାତ୍ରାପାର୍ଟି ମାଲିକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତୁଳସୀ ଯାତ୍ରା ପାର୍ଟିର ମାଲିକ । ବହୁ ବର୍ଷ ପୂର୍ବରୁ ବିବାହ ପରେ ସୋନାଲି ସ୍ଵାମୀଙ୍କ ଅତ୍ୟାଚାର ସହି ନପାରି ଆତ୍ମହତ୍ୟା କରିବାକୁ ଯାଉଥିଲେ ବୋଲି କହିଛନ୍ତି ମାଲିକ  । ସେତେବେଳେ ତାଙ୍କ ବାପା ସୋନାଲିକୁ ଉଦ୍ଧାର କରି ତାଙ୍କ ଘରେ ରଖିଥିଲେ । ସେହିଦିନ ଠାରୁ ସେ ଯାତ୍ରାରେ ଅଛନ୍ତି ବୋଲି ଅନନ୍ତ କହିଛନ୍ତି । ଅନ୍ୟପକ୍ଷରେ ସୋନାଲି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,  ମୁଁ ନିଜ ଇଚ୍ଛାରେ ଯାତ୍ରା ପାର୍ଟିରେ ଅଛି । ବିବାହ ପରେ ମୋ ସ୍ୱାମୀ ମତେ ଯାତ୍ରା ପାର୍ଟିରେ ଛାଡି ଦେଇ ଆଉ କିଛି ବୁଝି ନଥିଲେ, ବରଂ ଅନ୍ୟ ଝିଅ ମାନଙ୍କ ସହିତ ସମ୍ପର୍କରେ ଥିଲେ।  ଏପରିକି ତାଙ୍କ ସ୍ବାମୀ ତାଙ୍କୁ ବିକ୍ରି କରିଦେବାକୁ ଚାହୁଁଥିଲେ ବୋଲି କହିଛନ୍ତି ସୋନାଲି । ତେବେ କିଏ କହୁଛି ସତ, ସ୍ୱାମୀ , ନା ସ୍ତ୍ରୀ ନା ଯାତ୍ରାପାର୍ଟି ମାଲିକ, ତାହା ସମୟ କହିବ ।