ଅନୁଗୋଳ / ସୁଧାକର ସାହୁ: ଅନୁଗୁଳ ସହରରେ ଗତ ସୋମବାର ଜିମରୁ ଫେରିବା ବେଳେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଆକ୍ରମଣ ପୂର୍ବ ଶତ୍ରୁତାରୁ ହୋଇଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ମାମଲାର ତଦନ୍ତ କରି ଜଗନ ନାୟକ, ସମୟ ନାୟକ, ଲିପୁନ ନାୟକଙ୍କ ସହ ଅନ୍ୟ ୭ ଜଣଙ୍କୁ ଗିରଫ କରିଛି। ମାମଲାରେ ଜଣେ ନାବାଳକ ମଧ୍ଯ ସଂପୃକ୍ତ ଅଛି ବୋଲି ପୋଲିସ କହିଛି।
ଅଭିଯୁକ୍ତ ମାନେ ପୂର୍ବ ଶତ୍ରୁତାରୁ ପାର୍ଥ ସାରଥୀ ପ୍ରଧାନଙ୍କୁ ହାଣିଥିବା ସ୍ବୀକାର କରିଛନ୍ତି। ପୂର୍ବରୁ ଏମାନଙ୍କ ମଧ୍ୟରେ ବଚସା ଏବଂ ପରେ ହାତାହାତି ହୋଇଥିଲା। ଏହି କାରଣରୁ ଅନେକ ଥର ଦୁଇ ଗୋଷ୍ଠୀ ମଧ୍ୟରେ କମେଣ୍ଟ ମରାମରି ହୋଇଥିଲେ । ଏହାକୁ କେନ୍ଦ୍ର କରି ଭିଯୁକ୍ତମାନେ ପାର୍ଥସାରଥୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ବୋଲି ପୋଲିସ ଆଗରେ ମାନିଛନ୍ତି। ସୂଚନା ଯେ,ସୋମବାର ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁ ର ପାର୍ଥସାରଥୀ ପ୍ରଧାନ(୨୫) ମୈତ୍ରୀ ନଗର ଅଞ୍ଚଳରେ ଥିବା ଏକ ଜିମ ସେଣ୍ଟରରୁ କାମ ସାରି ଫେରୁଥିଲେ। ଅମଲାପଡା ହନୁମାନ ମନ୍ଦିର ନିକଟରେ ସେ ଅଟକିଥିବା ବେଳେ କିଛି ଯୁବକ ବାଇକ ଯୋଗେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ଫେରାର ହୋଇ ଯାଇଥିଲେ।
ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାର୍ଥକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଥି ସହିତ ୪ଟି ବାଇକ୍ (ଓଡି ୧୯ ଏକ୍ସ-୯୩୮୯, ଓଡି୧୯ଜି-୬୦୯୪, ଓଡି୧୯ ଆର୍- ୬୩୯୬, ଓଡି୧୯ଜି-୧୧୮୪) ଜବତ କରିଛି , ସେହିପରି ଆକ୍ରମଣରେ ବ୍ୟବହୃତ ହୋଇଥିବା ଦୁଇଟି ଚାପଡ଼, ଗୋଟିଏ ଟାଙ୍ଗୀଆ, ଗୋଟିଏ ଫାର୍ସା, ୬ଟି ମୋବାଇଲ ପୋନ୍ ଓ ୬୧୦୦ ଟଙ୍କା ଜବତ କରାଯାଇଥିବା ସମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ୍ଡିପିଓ ରମାକାନ୍ତ ମହାଳିକ ଓ ଆଇଆଇସି ଧୀରେଶ ଦାସ ସୂଚନା ଦେଇଛନ୍ତି।