ଭୁବନେଶ୍ୱର ପାହାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ଜଣଙ୍କ ପ୍ରାଣହାନୀ

0

ଭୁବନେଶ୍ୱର: ଭୁବନେଶ୍ୱର ପାହାଳ ଉତ୍କଳ ହୋଣ୍ଡାଇ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଛିଡା ହୋଇଥିବା ଟ୍ରକର ପଛ ପାର୍ଶ୍ୱକୁ ଧକ୍କା ଦେଲା କାର । ରାତି ପାଖାପାଖି ୨ଟା ୨୫ରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତଙ୍କର ଚିକିତ୍ସା ଚାଲିଛି ।
ତେବେ କାରଟି କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଂଚି କାରରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ହସ୍ପିଟାଲରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।