(ଉତ୍ତରପ୍ରଦେଶ) : ଗଙ୍ଗାରେ ଗାଧୋଇବାକୁ ଯାଇ ଗଭୀର ପାଣିରେ ବୁଡ଼ିଗଲେ ୭ ଯାତ୍ରୀ । ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାର ଗଙ୍ଗା ନଦୀରେ ଗାଧୋଇବାକୁ ଯାଇ ୭ ଜଣ ଲୋକ ଗଭୀର ପାଣିରେ ବୁଡ଼ି ଯାଇଛନ୍ତି । ଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।
ମତ୍ସ୍ୟଜୀବୀ ମାନେ ତିନି ଜଣଙ୍କୁ ଉଦ୍ଧାର କରିଛନ୍ତି । ପୋଲିସ ବୁଡାଳୀଙ୍କ ସାହାଯ୍ୟରେ ଚାରିଟି ଶବକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହିତ ମୃତକଙ୍କ ସମ୍ପର୍କୀୟଙ୍କୁ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛି ।
ସୂଚନାନୁସାରେ, ହୁସେନଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ମାଟିନପୁର ଗାଁର ଅମିରଙ୍କ ଝିଅ ଶିବାଙ୍କର ସୋମବାର ଦିନ ବିବାହ ଥିଲା । ସମସ୍ତ ଲୋକ ବିବାହକୁ ଆସିଥିଲେ । ଆଜି ଅପରାହ୍ନରେ ସେମାନେ ଗାଧୋଇବା ପାଇଁ ମାଟିନପୁର ଗଙ୍ଗା ଘାଟକୁ ଯାଇଥିଲେ । ଯେଉଁଥିରେ ୭ ଜଣ ଲୋକ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ତିନି ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ ।