ଭଦ୍ରକ: ପାରିବାରିକ କଳହରୁ ବାପ ପୁଅ ମଧ୍ୟରେ ହଣାହଣି ।ଏହି ଘଟଣାରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧିନ ସୁନାଗଢିଆ ଗାଁ ରେ ।
ସୂଚନା ଅନୁଯାୟୀ, ସୁନାଗଢିଆ ଗାଁର ମାଧବ ବାରିକ ଓ ତାଙ୍କ ପୁଅ ଶଙ୍କର୍ଷଣ ବାରିକ କୌଣସି କଥାକୁନେଇ ଝଗଡା ଲାଗିଥିଲେ । ପରେ ଦୁହେଁ ଦୁହିଁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ପାଟି ଶୁଣି ଆସିବା ବେଳକୁ ପୁଅ ଶଙ୍କର୍ଷଣ ଓ ମାଧବଙ୍କୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ । ଘଟଣାସ୍ଥଳରେ ପୁଅ ଶଙ୍କର୍ଷଣ ବାରିକଙ୍କର ମୃତ୍ୟୁ ହୋଇଥିବା ବେଳେ ମାଧବଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।