ନୂଆ ଯୋଜନା: ଝିଅ ରାତିଟେ ଶୋଇଲେ ବାପା ପାଇବେ ଚାକିରି

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଏବେ ସୋସିଆଲ ମିଡିଆରେ ଜଣେ ବିଧାୟକଙ୍କ ଉପରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ସେ ହେଲେ ତାଳଚେରର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନ ଓରଫ ବାପୁ ପ୍ରଧାନ । ସେ ଚାକିରି ବଦଳରେ ଜଣେ ଯୁବତୀଙ୍କୁ ଗୋଟିଏ ରାତି ଉପଭୋଗ କରିବାକୁ ଖୁଲମ ଖୁଲା ଦାବି କରିଛନ୍ତି ।
ଏହା ଆମେ କହୁ ନାହୁଁ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ସୂତ୍ରରୁ ଏହା ଜଣାପଡିଛି । ଫଟୋଟିରେ ବିଧାୟକଙ୍କ ଚାଟିଂ ରହିଛି । ଫଟୋଟିରୁ ଏତିକି ଜଣାପଡୁଛି, ବିଧାୟକ ମହୋଦୟ କୌଣସି ଯୁବତୀଙ୍କ ସହ ହୁଏତ ଚାଟିଂ କରୁଥିଲେ । ଏହାର ବିଷୟ ବସ୍ତୁ, ଯୁବତୀ ତାଙ୍କ ବାପାଙ୍କ ଚାକିରି ପାଇଁ ବିଧାୟକଙ୍କ ଶରାଣାପନ୍ନ ହୋଇଛନ୍ତି । ବାପାଙ୍କ ଚାକିରିକୁ ନେଇ ଚାଲିଛି ବର୍ତ୍ତାଳାପ । ପୂର୍ବରୁ ମଧ୍ୟ ଯୁବତୀ ଜଣକ ରଶିକିଆ ବିଧାୟକଙ୍କ ସହ ଚାଟିଂ ବୋଧହୁଏ କରିଛନ୍ତି । ଫଟୋରେ ଥିବା ମୋବାଇଲ ସ୍କ୍ରିନରେ ପ୍ରଥମ ଧାଡି ବିଧାୟକଙ୍କର- ମୁଁ ଯାହା କହିବି ମତେ ଦେବ ।
ଯୁବତୀ- ହଁ କୁହନ୍ତୁ ।
ବିଧାୟକ- ହଉ ତମେ ରାଗିବନି ତ ।
ଯୁବତୀ- ନାଁ ସାର ଆପଣ କୁହନ୍ତୁ ।
ବିଧାୟକ- ହଉ ଯଦି ତମେ ମୋ ସାଙ୍ଗରେ ଗୋଟେ ନାଇଟ ବିତାଇବ ତାହାଲେ ମୁଁ ତୁମ ବାପାଙ୍କୁ ଚାକିରି ଦେବି ।
ଯୁବତୀ- ଏମିତି କଣ କହୁଛନ୍ତି ସାର, ମୁଁ ଆପଣଙ୍କ ଝିଅ ବୟସର ପରା
ବିଧାୟକ- କଣ ଅସୁବିଧା ।
ବିଧାୟକ- କଣ ବିତେଇବକି ଗୋଟେ ନାଇଟ ।
ବିଧାୟକ- କଣ କିଛି କହୁନ ।
ଏହି ଚାଟିଂ କେଉଁଦିନର ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ରାତି ୧୦.୩୦ରୁ ୧୦.୫୮ ମଧ୍ୟରେ ଏହି ବାର୍ତ୍ତାଳାପ ଚାଲିଥିଲା । ଏହାର ସତ୍ୟାସତ୍ୟ ବିଷୟରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ । କିନ୍ତୁ ଉକ୍ତ ଫଟୋଟି ସତ୍ୟ ହୋଇଥିଲେ ବିଧାୟକଙ୍କ ଏହି ନାଳୁଆ ପ୍ରକୃତିକୁ ନେଇ ଲାଜ ଲାଗୁଛି ଓ ଏଠାରେ ମହିଳଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି ।