(ଆଦର୍ଶ ରାଉତ) : ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଅଚଂଳର ସାହେବ ନାୟକ ପ୍ରାୟ ୧୭ ବର୍ଷ ତଳୁ କୌଣସି କାରଣ ରୁ ଘର ଛାଡି ଚାଲିଆସିଥିଲେ । ପରେ ପାହାଳ ନିକଟରେ ଥିବା ଜଗନ୍ନାଥ ମନ୍ଦିରର ପୂଜାରୀ ତାଙ୍କୁ ଉଦ୍ଧାର କରିଥିଲେ । ତାଙ୍କର ମାନସିକ ଅବସ୍ଥା ଠିକ ନଥିଲା ତେଣୁ ସେଇ ଦିନୁ ଠାରୁ ସେ ସାହେବଙ୍କୁ ତାଙ୍କ ପାଖରେ ରଖି ତାଙ୍କ ସେବା କରିବା ସହ ତାଙ୍କ ପୂଜା ଦୋକାନରେ ମଧ୍ୟ ସାଏବଙ୍କୁ ବସଉଥିଲେ ।
କିନ୍ତୁ ଆଜି ୧୭ ବର୍ଷ ପରେ ସ୍ୱାମୀ କୁ ଫେରିପାଇଲେ ସ୍ତ୍ରୀ , ବନ୍ଧୁକୁ ଫରିପାଇଲା ବନ୍ଧୁ ଆଉ ଦୁଇ ଛୋଟଛୋଟ କୁନି ଛୁଆ ଙ୍କୁ ମିଳି ପାରିଲା ବାପର ଠିକଣା । କଥାରେ ଅଛି ଝଡରେ ଉଡିଜାଇଥିବା ପକ୍ଷୀ ଦିନେ ନା ଦିନେ ତାର ନୀଡ କୁ ଫେରିଆସେ ଆଉ ମିଳିଯାଏ ହଜିଲା ଠିକଣା । ପ୍ରଭୁ ଜଗନ୍ନାଥଙ୍କର ଅପୂର୍ବ ଳିଳା , ସ୍ତ୍ରୀ ଫେରିପାଇଲା ତାର ସିନ୍ଦୁର , ଇହକାଳ ପରକାଳର ଦେବତା କିଛିଦିନ ପାଇଁ ସାଜିଥିଲା ସିନା ବିଧବା କିନ୍ତୁ ପୁଣି ତା ମଥାରେ ଆଜି ଝଟକିବ ଲାଲ ରଙ୍ଗ ର ସିନ୍ଦୁର । ତା ପିଲା ମାନେ ଫେରିପାଇବେ ବାପାର ସେଇ ଆବେଗ ଭରା ସ୍ନେହ କୁ ।
ଏଭଳି ଅସମ୍ଭବ ଆଜି ସମ୍ଭବ ହୋଇଛି କେବଳ ସୋସିଆଲ ମିଡିଆପାଇଁ । ବହୁବାର ଦେଖିଥିବେ ଫେସବୁକରୁ ଆରମ୍ବ ହୋଇଥାଏ ପ୍ରେମ, ଆଉ ସେଇ ଫେସବୁକ ରେ ହିଁ ସରିଯାଏ । କାରଣ ଫେସବୁକରେ ପ୍ରମର ପ୍ରକୃତ ମାନେ ହେଲା ପରିଚୟର ଦ୍ୱାହିଦେଇ ସଂମ୍ପର୍କ ସୃଷ୍ଟି ହୁଏ ନାମଙ୍କୁ ମାତ୍ର କିନ୍ତୁ ଆଜି ଫେସବୁକରେ ଆମେ ବିଛେଦ କଥା କହୁନୁ, କହୁଛୁ ମିଳନର କଥା । କ୍ୟାପିଟାଲ ହସ୍ପିଟାଲ ରେ ରକ୍ତହିନତାର ଶୀକାର ହୋଇ ପିଡଥିବା ସାହେବ ଙ୍କ ଚିକିସ୍ରା ପାଇଁ ହାତବଢାଇଥିଲେ ଏକ ଏନଜିଓ ସଂସ୍ଥା ପରେ ସାହେବଙ୍କୁ ଚିକିସô୍ା କରେଇ, ରକ୍ତ ଦେଇ ସମ୍ପୂର୍ଣ୍ଣ ଭାବରେ ଠିକ କରାଇଥିଲେ ଆଉ ସେହି ଚିକିସ୍ରା ସମୟର କିଛି ଫଟୋ ଅପଲୋଡ କରିଥିଲେ ସୋସିଆଲ ମିଡିଆରେ । ଆଉ ସେଇ ସୋସିଆଲ ମିଡିଆରେ ସାହେବଙ୍କ ଫଟୋ ପହଚିଜାଇଥିଲା ସହେବଙ୍କ ପିଲା ବେଳର ବନ୍ଧୁଙ୍କ ପାଖରେ । ସେଇ ଫଟୋ ମାଧ୍ୟମରେ ସାହେବଙ୍କ ବନ୍ଧୁ, ସ୍ତ୍ରୀ ଓ ପରିବାର ବର୍ଗ ଆଜି ସାହେବଙ୍କୁ ନେବା ପାଇଁ ପୁଜାରୀଙ୍କ ପାଖରେ ପହଚିଥିଲେ ଓ ସାହେବଙ୍କୁ ନେଇ ଘରକୁ ଫେରିଛନ୍ତି । ସାହେବଙ୍କ ସମେତ ତାଙ୍କ ପାରିବାରଙ୍କ ମୁହଁରେ ହସର ଲହରୀ ଖେଳିଯାଇଥିବା ବେଳେ ଜଗନାଥ ମନ୍ଦିରର ପୂଜାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସାରା ପରିବାର ।