ଜଟଣୀ/ନିରଞ୍ଜନ ବେହେରା: ସନ୍ଧ୍ୟା ହେଲେ ଘରୁ ଏକାକୀ ବାହାରିବାକୁ ଲାଗିଲାଣି ଭୟ । ଟିକେ ସତର୍କ ନ ହେଲେ ହୋଇ ପାରନ୍ତି ଆକ୍ରମଣ ର ଶିକାର। କାହିଁକି ନା ନିଛାଟିଆ ରାସ୍ତାରେ ଜଗି ବସିଛନ୍ତି ଲୁଟେରା । କେବେ ଲଙ୍କାଗୁଣ୍ଡା ପକାଇ ତ କେବେ ଧାରୁଆ ଅସ୍ତ୍ର, ଶସ୍ତ୍ର ଦେଖାଇ ତ ଆଉ କେବେ ମାରପିଟ୍ କରି ଲୁଟି ପାରନ୍ତି ଆପଣଙ୍କୁ । ଜଟଣୀରେ ଏବେ ଏମିତି କିଛି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। କେବେ କାହାଠାରୁ ଟଙ୍କା, ପଇସା ତ କାହାଠାରୁ ଦାମୀ ମୋବାଇଲ ଫୋନ। ତ ଆଉ କାହାଠାରୁ ସୁନା ଜିନିଷ ଜୋର୍ ଜବରଦସ୍ତ ଲୁଟି ନେଉଛନ୍ତି ଲୁଟେରା। ସେହି ଘଟଣାରେ ଏବେ ପୁଣି ଜଟଣୀ ପୋଲିସ ହାତରେ ଦୁଇ ଲୁଟେରା । ସୂଚନା ଅନୁସାରେ ଗତ ୨୯ ମାର୍ଚ୍ଚ ରେ ଜଣେ ବ୍ୟକ୍ତି ଜଟଣୀ ମାର୍କେଟ ରୁ ଘରକୁ ଫେରୁଥିବା ସମୟରେ ଜଟିଆଣି ମନ୍ଦିର ପାଖରେ ବାଇକ୍ ରଖି ଫୋନ୍ ରେ କଥା ହେଉଥିବା ସମୟରେ ଦୁଇ ଦୂର୍ବୁତ ତାଙ୍କୁ ବଳ ପୂର୍ବକ ମାରପିଟ୍ କରି ଛଡାଇ ନେଇଥିଲେ ଦାମୀ ମୋବାଇଲ। ଏହି ଘଟଣାରେ ଜଟଣୀ ଥାନାରେ ଅଭିଯୋଗ ହେବାପରେ। ଗତକାଲି ଜଟଣୀ ପୋଲିସ ଏହି ଦୁଇ ଅଭିଯୁକ୍ତ ଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ଏବଂ ସେମାନଙ୍କ ଠାରୁ ଏକ ନମ୍ୱର୍ ବିହୀନ ବାଇକ୍, ୧୦ଟି ଦାମୀ ମୋବାଇଲ ଜବତ କରିଛି। ତଦନ୍ତ ବେଳେ ଜଣା ପଡ଼ିଛି ଯେ ଜଣେ ଜଟଣୀ ‘ମୁଣ୍ଡିଆ ସାହିର’ ସାହିଲ ଅଲ୍ଲୀ ଓ ଅନ୍ୟ ଜଣେ ଜଟଣୀ ‘ଶ୍ରୀହରି ବିହାର’ର କୁନା ଦାସ । ଏମାନେ ଅଭ୍ୟାସ ଗତ ଅପରାଧୀ ଅଟନ୍ତି। ଥାନରେ ଏମାନଙ୍କ ନାମରେ ଆଗରୁ ମଧ୍ୟ ଏକାଧିକ ମାମଲା ରହିଛି।