ନିଆଳି : ସାରୁ କ୍ଷେତ ହେଲା କାଳ । ବିଦ୍ୟୁତ୍ ତାର ଲାଗି ଚାଲିଗଲା ମହିଳା ୱାର୍ଡମେମ୍ବରଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦରେ ।
ସୂଚନା ଅନୁସାରେ ସାରୁ ବିଲରେ ବାରହା ପଶି ଖାଇଯିବା ନେଇ ଉକ୍ତ ଗ୍ରାମର ରମେଶ ପଣ୍ଡା ନିଜ କ୍ଷେତରେ ବିଛାଇଥିଲେ ବିଦ୍ୟୁତ୍ ତାର । ସେଇ ତାର ଲାଗି ମହିଳାଙ୍କ ମୃତ ଘଟିଛି । ମୃତକଙ୍କ ନାମ ସୌଦା ଭୋଇ (୫୫) ହୋଇଥିବା ବେଳେ ସକାଳୁ ଧାନ ରୋଇଁ ଆସୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେଇଠାରେ ଟଳିପଡ଼ିଥିଲେ । ଖବର ପାଇ ପରିବାର ଲୋକେ ପ୍ରଥମେ ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଏହାପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି ।