(ଶିଳାସ୍ମିତା ରାୟ) ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ଟୁଇଟ୍ କରି କହିଛନ୍ତି, ରହୁଲ ଯାହା କରିଛନ୍ତି ବହୁତ୍ କମ୍ ଲୋକ ସେପରି କରିବାକୁ ସାହସ କରିପାରିବେ । ରାହୁଲଙ୍କ ଇସ୍ତଫାର ଦିନକ ପରେ ପ୍ରିୟଙ୍କାଙ୍କ ଟୁଇଟ୍ ରହିଛି। ପ୍ରିୟଙ୍କା ତାଙ୍କ ଟୁଇଟ୍ରେ ରାହୁଲଙ୍କ ନିଷ୍ପତି ପ୍ରତି ତାଙ୍କର ସମ୍ମାନ ରହିଥିବା କହିଛନ୍ତି ।
ସୂଚନା ଯୋଗ୍ୟ, ବୁଧବାର ରାହୁଲ ଟୁଇଟ୍ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ପତ୍ର ଅପଲୋଡ୍ କରିଥିଲେ। ଏଥିରେ ସ୍ପଷ୍ଟ କରିଥିଲେ ବିଜେପି ସହିତ ଲଢେଇ କରିବାକୁ ଏବେ ପାର୍ଟିରେ ବଡ ଧରଣର ପରିବର୍ତନ ଆବଶ୍ୟକତା ରହିଛି । ୨୦୧୯ ଲୋକସଭା ନିର୍ବାଚନରେ ଦଳର ପରାଜୟର ଉତ୍ତର ଦାୟିତ୍ୱ ସେ ନିଜ ମୁଣ୍ଡକୁ ନେଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।