୬ରେ ପଞ୍ଚମ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା; ୮ତାରିଖରେ ଦ୍ଵିତୀୟ କିସ୍ତି ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ

0

୬ରେ ପଞ୍ଚମ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ଏହାସହ ୮ତାରିଖରେ ଦ୍ଵିତୀୟ କିସ୍ତି ଟଙ୍କା ମିଳିବାକୁ ଯାଉଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପଞ୍ଚମ କିସ୍ତିରେ ୧.୭ଲକ୍ଷ ମହିଳାଙ୍କୁ ଟଙ୍କା ମିଳିବ । ମାର୍ଚ୍ଚ ୮ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରାୟ ୧କୋଟି ମହିଳାଙ୍କୁ ସହାୟତାର ରାଶି ପ୍ରଦାନ କରାଯିବ ।

ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଯେଉଁମାନେ ଆଦୌ ଟଙ୍କା ପାଇ ନାହାନ୍ତି ସେମାନେ ଆବେଦନ କଲେ ଏକାଥରକେ ଦୁଇଟି କିସ୍ତି ଅର୍ଥାତ୍ ୧୦ହଜାର ଟଙ୍କା ପାଇବେ । ବ୍ରହ୍ମପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସରକାର ଦ୍ବିତୀୟ କିସ୍ତି ଅର୍ଥ ପ୍ରଦାନ କରିବେ ।ବର୍ତମାନସୁଦ୍ଧା ୯୮ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଟଙ୍କା ପାଇସାରିଛନ୍ତି ।ସମୁଦାୟ ୪୯୧୫କୋଟି ୪୬ଲକ୍ଷ ୬୫ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଥିବା ଶ୍ରୀମତୀ ପରିଡ଼ା ସୂଚନା ଦେଇଥିଲେ ।