ଜାରି ରହିବ ଆତଙ୍କବାଦ ବିରୋଧୀ ଲଢେଇ : ବୈଦେଶିକ ମନ୍ତ୍ରୀ ଜୟଶଙ୍କର

0

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ତୀବ୍ରତର ହେଇଚାଲିଥିଲା, କିନ୍ତୁ ଆଜି ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରାଯାଇଛି।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ଏହି ଘୋଷଣା ପରେ ବିକ୍ରମ ମିଶ୍ରି ଏହି ସୂଚନା ଦେଇଥିଲେ। ଏପରିକି ଅସ୍ତ୍ରବିରତି ସହମତି ନେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ସୂଚନା ଦେଇଛନ୍ତି। ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି। କିନ୍ତୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ସାଲିସ କରିବ ନାହିଁ। ପୂର୍ବ ଭଳି ଆତଙ୍କବାଦୀ ବିରୋଧୀ ଲଢ଼େଇ ଜାରି ରହିବ ବୋଲି ଜୟଶଙ୍କର ସ୍ପଷ୍ଟ ସୂଚନା ଦେଇଛନ୍ତି।