ଜମିବାଡି ବିବାଦକୁ ନେଇ ସମ୍ପର୍କୀୟ ଭାଇକୁ ହାଣିଲା ଭାଇ

0

ରଜନୀକାନ୍ତ ପାତ୍ର/ ହିଂଜିଳି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସବ୍ ରେଜିଷ୍ଟ୍ରି ଅଫିସରେ ଗଣ୍ଡଗୋଳ । ଅଫିସ ମଧ୍ୟରେ ହୋଇଛି ହଣାକଟା । ଏସବୁ ହୋଇଛି ସବ୍ ରେଜିଷ୍ଟ୍ରି ଅଧିକାରୀଙ୍କ ସମ୍ମୁଖରେ । ସମ୍ପର୍କୀୟ ଭାଇଙ୍କୁ ହାଣିଛି ଭାଇ । ଗଣ୍ଡଗୋଳ ଫଳରେ ଉଭୟ ପଟରୁ ଦୁଇରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଜମିବାଡି କିଣା ବିକାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି । ଦିଗପହଣ୍ଡି ସବ୍ ରେଜିଷ୍ଟ୍ରି ଅଫିସରେ ହଣାକଟା ହୋଇଛନ୍ତି । ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସାନଖେମୁଣ୍ଡି ବ୍ଲକ୍ ପୋଡାମାରିର ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।