ବଲାଙ୍ଗୀର: ବଲାଙ୍ଗୀର ପୋଲିସକୁ ବଡ଼ଧରଣର ସଫଳତା ମିଳିଛି। ଯବାନ ଓ ମାଓବାଦୀ ଙ୍କ ଲଢେଇ ରେ ମାଓବାଦୀ , ଛତ୍ରଭଙ୍ଗ ଦେଇଥିବା ନେଇ ସୂଚନା ରହିଛି । ତେବେ ବଲାଙ୍ଗୀର ତୁରେକେଲା ଛତରଦାଣ୍ଡ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ବନ୍ଧୁକ , ଅଫୁଟା ଗୁଳି , ଲ୍ୟାଣ୍ଡ ମାଇନ ତିଆରି ସାମଗ୍ରୀ ଜବତ । ଡ଼ିଭିଏଫ ପୋଲିସ ର କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ । ଯବାନ ର ଚଢ଼ାଉ ବେଳେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ ବୋଲି ସୂଚନା ରହିଛି। ବଲାଙ୍ଗୀର ଏସ୍ପି ଋଷିକେଶ ଡାନଦେଓ ଖିଲାରୀ ଉପସ୍ଥିତ ରହି ସମଗ୍ର ମାଓବାଦୀ ଅପରେଶନ ସମ୍ପର୍କରେ ସୂଚନା ଦେଇଥିଲେ। ଆଇଜି ହିମାଂଶୁ ଲାଲ ଆମ ଅପରେଶନ ଗନ୍ଧମାର୍ଦ୍ଦନ ଏରିଆ ବଲାଙ୍ଗୀର ଓ ବରଗଡ଼ ଅଞ୍ଚଳରେ ଚାଲୁଛି ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ମାଓବାଦୀ ମୁକାବିଲା କାର୍ଯ୍ୟକ୍ରମର ଏହା ଅଂଶବିଶେଷ ବୋଲି କୁହାଯାଉଛି।