(ଆଦର୍ଶ/ସରୋଜ)ଭୁବନେଶ୍ୱର: ଜୀବନରୁ ମାରିଦେବାକୁ ଧମକ ଦେଇ ଅଡ଼ୁଆରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ଦିଲ୍ଲୀପ ପଣ୍ଡା ।ଏନେଇ ତାଙ୍କ ନାଁରେ ହୋଟେଲ ମାଲିକ ସୀତାଂଶୁ ମିଶ୍ର ଅଭିଯୋଗ କରିଛନ୍ତି । ଏହାକୁ ସେ ପୋଲିସ କମିଶନର ସୁଧାଂଷୁ ଷଡ଼ଙ୍ଗୀଙ୍କୁ ଟୁଇଟ ମଧ୍ୟ କରିଛନ୍ତି ।
ସୂଚନାନୁଯାୟୀ ଗତ ରବିବାର ଦିନ ଖାରବେଳ ନଗର ଥାନା ଅଧୀନରେ ଥିବା ଫେସଭୁକ ରେଷ୍ଟୁରାଣ୍ଟ ବନ୍ଦ ହେଉଥିବା ସମୟରେ ଫିଲ୍ମ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଖାଇବାକୁ ଯାଇଥିଲେ । କିନ୍ତୁ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଥିବାରୁ ସେଠାରେ କାମ କରୁଥିବା କର୍ମଚାରୀ ତାଙ୍କୁ ଖାଇବା ହେବ ନାହିଁ ବୋଲି ମନା କରିଦେଇଥିଲେ । ଯାହା ଫଳରେ ନିଶାରେ ଥିବା ଦିଲ୍ଲୀପ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପାଖରେ ଥିବା ଏକ ଛୁରୀ ଧରି ଆକ୍ରମଣ କରିଥିଲେ । ଏ ସମସ୍ତ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ଏନେଇ ଖବର ପାଇବା ପରେ ଆଜି ରେଷ୍ଟୁରାଣ୍ଟ ମାଲିକ ଥାନାରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।