ଭୁବନେଶ୍ୱର: ବାତ୍ୟା ଦାନା ପ୍ରଭାବରେ ହୋଇଥିବା କ୍ଷୟ କ୍ଷତି ର ଆସିଲା ଚୂଡାନ୍ତ ରିପୋର୍ଟ | ବାତ୍ୟା ଦାନା ଉଜାଡି ଦେଲା 616 କୋଟି 19 ଲକ୍ଷ 30 ହଜାର ଟଙ୍କା | ବାତ୍ୟା ଓ ବନ୍ୟା ପ୍ରଭାବ ରେ 14 ଟି ଜିଲ୍ଲା ପ୍ରଭାବିତ | 166 ଟି ବ୍ଲକ ରୁ 131 ବ୍ଲକ ପ୍ରଭାବିତ | 11637 ଗାଁଓ 41.04 ଲକ୍ଷ ଲୋକ ପ୍ରଭାବିତ | ଚାଷ ଜମି 3 ଲକ୍ଷ 62 ହଜାର 935.37 ହେକ୍ଟର ଜମି ପ୍ରଭାବିତ | 1 ଲକ୍ଷ 72 ହଜାର 356.8 ହେକ୍ଟର ଅଞ୍ଚଳ ଜମି ରେ ଫସଲ ପ୍ରଭାବିତ | ଆକଳନ ଅନୁଯାଇ ଫସଲ ନଷ୍ଟ ର ପରିମାଣ 8 ହଜାର 292.82 ଲକ୍ଷ ଫସଲ କ୍ଷତି ଗ୍ରସ୍ତ ହୋଇଛି | ଜମି ରେ 33 % ରୁ ଅଧିକ କ୍ଷତି ହୋଇଥିଲେ ରିଲିଫ ପରାଧୀ ଭିତରକୁ ଆସିବ |
16 ହଜାର 417 ଘର ପ୍ରଭାବିତ ହେଲା ଏହାର ମୂଲ୍ୟାକନ 21 କୋଟି 32 ଲକ୍ଷ ଟଙ୍କା ର ଘର କ୍ଷତି ଗସ୍ତ ହେଲା | କୃଷି, ଶକ୍ତି, ପଞ୍ଚାୟତି ରାଜ, ସ୍କୁଲ ଓ ଗଣ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ ବିଭାଗ ର କ୍ଷୟ କ୍ଷତି 512 କୋଟି 26 ଲକ୍ଷ 16 ହଜାର | ସର୍ବ ମୋଟ 616 କୋଟି 19 ଲକ୍ଷ 30 ହଜାର ଟଙ୍କା କ୍ଷତି | ବାତ୍ୟା ସମୟ ରେ ଖର୍ଚ୍ଚ ହୋଇଛି 23 କୋଟି 73 ଲକ୍ଷ 76 ହଜାର ଟଙ୍କା |