ସଂସଦରେ ବଜେଟ ଉପସ୍ଥାପନ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପହଞ୍ଚିଛନ୍ତି। ତାଙ୍କ ସହ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଅଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ପରେ ବଜେଟ ଉପସ୍ଥାପନ ପୂର୍ବରୁ ଆୟୋଜନ କରାଯାଇଥିବା କ୍ୟାବିନେଟ୍ ବୈଠକ ବସିଥିଲେ। ବଜେଟ୍ କପି ମଧ୍ୟ ସଂସଦକୁ ଅଣାଯାଇଛି।ଏହି ବଜେଟ ସୀତାରମଣଙ୍କ ପାଇଁ ନୂଆ ଅନୁଭୂତି ଆଣିବ । ମୋଦୀ ସରକାରଙ୍କ ବଜେଟରୁ ଦେଶର ସାଧାରଣ ଜନତା ବହୁତ ଅ।।ଶ ରଖିଛନ୍ତି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟକୁ ଭଲ ପ୍ୟାକେଜ ମିଳିବ ବୋଲି ପୂର୍ବାନୁମାନ କରାଯାଉଛି । ବଜେଟ ପୂର୍ବରୁ ଗୁରୁବାର ସଂସଦରେ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ବଜେଟର ଗୋଟିଏ ଦିନ ପୂର୍ବରୁ ଆର୍ଥିକ ସର୍ଭେକୁ ରାଜ୍ୟସଭାରେ ଉପସ୍ଥାପନ କରିଛନ୍ତି ।
ଆର୍ଥିକ ସର୍ଭେ ରିପୋର୍ଟରେ ବର୍ଷ ୨୦୧୯-୨୦ ପାଇଁ ବାସ୍ତବିକ ଆର୍ଥିକ ବୃଦ୍ଧି ଦର ୭ ପ୍ରତିଶତ ରହିବା ପୂର୍ବାନୁମାନ କରାଯାଇଛି । ଏହି ରିପୋର୍ଟକୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ପ୍ରସ୍ତୁତ କରିଛନ୍ତି ।
କୁହାଯାଇଛି ଯେ, ବର୍ଷ ୨୦୨୫ ଯାଏଁ ୫୦ ବିଲିୟନ ଡଲାରର ଅର୍ଥବ୍ୟବସ୍ଥା ହେବାକୁ ଭାରତକୁ ୮ ପ୍ରତିଶତ ଦରବୃଦ୍ଧି ଜାରି ରଖିବାକୁ ପଡ଼ିବ । ଆର୍ଥିକ ବର୍ଷ ୨୦୧୯ରେ ସାଧାରଣ ଆର୍ଥିକ କ୍ଷତି ୫.୮ ପ୍ରତିଶତ ରହିବା ଅନୁମାନ କରାଯାଉଛି । ଏହା ଆଥିର୍କ ବର୍ଷ ୨୦୧୮ ସମୟରେ ୬.୪ ଥିଲା । ଏହା ବ୍ୟତୀତ କୁହାଯାଇଥିଲା ଯେ, ଆର୍ଥିକ ସର୍ଭେ ୨୦୧୮-୧୯:ଆର୍ଥିକ ବର୍ଷ ୨୦୧୯-୨୦ରେ ତେଲ ଦର ହ୍ରାସ ପାଇବାର ସମ୍ଭାବନା ରହିଛି ।