୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସମ୍ବଳିତ ପେନ୍ ଡ୍ରାଇଭ୍ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ବିଧାନସଭା ପ୍ରକୋଷ୍ଠରେ ପ୍ରଦାନ କରଛନ୍ତି ରାଜ୍ୟ ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ
ଭୁୁବନେଶ୍ୱର:ରାଜ୍ୟ ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସମ୍ବଳିତ ପେନ୍ ଡ୍ରାଇଭ୍ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ବିଧାନସଭା ପ୍ରକୋଷ୍ଠରେ ପ୍ରଦାନ କରୁଛନ୍ତି । ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବଜେଟ । ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି । ଏଥିରେ କୃଷି ବିଭାଗକୁ ମିଳିଛି ୨୪ ହଜାର ୮୨୯ କୋଟି ଟଙ୍କା । ସ୍ୱାସ୍ଥ୍ୟ ବିଭାଗ ପାଇଁ ରହିଛି ୧୫ ହଜାର ୭୫୬ କୋଟି । ଗଣଶିକ୍ଷା ବିଭାଗ ପାଇଁ ବଜେଟରେ ବ୍ୟୟ ଅଟକଳ ହୋଇଛି ୨୨ ହଜାର ୫୨୭ କୋଟି ଟଙ୍କା । ମିଶନ ଶକ୍ତି ବିଭାଗ ପାଇଁ ରହିଛି ୨ ହଜାର ୫୫୪ କୋଟି ଟଙ୍କା ।