ନୂଆଦିଲ୍ଲୀ – ଗତ ଦୁଇଦିନ କିଛି ମାତ୍ରାରେ ସୁନାର ଦାମ ବଢିବା ପରେ ପୁଣି ହ୍ରାସ ପାଇଲା ଦାମ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୪୮,୩୨୦ ଟଙ୍କାରେ ପହଞ୍ଚିଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯, ୩୨୦ ଟଙ୍କାରେ ପହଞ୍ଚିବା ଜଣାପଡିଛି । ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଘ୍ରାମ ପ୍ରତି ୪୫ , ୯୦୦ ଟଙ୍କା ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୦୭୦ ଟଙ୍କା ଛୁଇଁଛି । ଦେଶର କିଛି ସହର ମାନଙ୍କରେ ସୁନା ଦରରେ ପରିବର୍ତ୍ତନ ଆସିଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୮,୩୨୦ ଟଙ୍କା ଓ ୪୯,୩୨୦ଟଙ୍କା ଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୦୫୦ ଟଙ୍କା ଓ ୫ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୮,୩୨୦ ଟଙ୍କା ଓ ୪୯,୩୨୦ଟଙ୍କା ଥିବା ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୦୫୦ ଟଙ୍କା ଓ ୫୨,୪୨୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୩୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୭୯୦ ଟଙ୍କା ଥିବା ଜଣାପଡିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୭,୫୦୦ ଟଙ୍କା ଥିବା ଜଣାପଡିଛି ।
Edit by sanjulata sahoo