(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ସହରରେ ନିଆଁ । ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଅପରେସନ ଥିଏଟରରେ ନିଆଁ ଲାଗିଯାଇଛି। ଅନେକ କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିଛି । ତେବେ ୪ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି।
ତେବେ ଚିକିତ୍ସିତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିବା ଜଣାପଡ଼ିଛି । ତେବେ ନିଆଁ କିଭଳି ଲାଗିଲା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।