ଇଞ୍ଜିନିୟରିଂ ୟୁନିଭର୍ସିଟିରେ ଅଗ୍ନିକାଣ୍ଡ : କାରଣ ଅସ୍ପଷ୍ଟ

0

ରାୟଗଡ଼ା: ଇଞ୍ଜିନିୟରିଂ ୟୁନିଭର୍ସିଟିରେ ଅଗ୍ନିକାଣ୍ଡ ।   ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ  ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି କମ୍ପ୍ୟୁଟର ଲ୍ୟାବରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। । ନିଆଁ ଲାଗିଥିବା ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି । ନିଆଁ ଲାଗିବା ଦ୍ୱାରା ହୋଇଥିବା ଅପରପକ୍ଷରେ ୟୁନିଭର୍ସିଟିର କର୍ତ୍ତୃପକ୍ଷ ଏବଂ ପୁଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।