କୋରାପୁଟ : କୋରାପୁ ଟ ମେଡିକାଲ କଲେଜରେ ନିଆଁ । କୋରାପୁ ଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ। ମାତୃ ଓ ଶିଶୁ ବିଭାଗର ଏସଏନସିୟୁରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ ।
ସୂଚନା ଅନୁଯାୟୀ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ମାତୃ ଓ ଶିଶୁ ବିଭାଗର ଏସଏନସିୟୁରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ କୋରାପୁଟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ବିଭାଗରେ ଥିବା ସମସ୍ତ ନବଜାତ ଶିଶୁ ଓ ମା’ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳିଛି ।