(ରିପୋର୍ଟସ ଟୁଡ଼େ) ଅନୁଗୁଳ: ଆଜି ଅନୁଗୁଳର ଛେଣ୍ଡିପଦା କମାର ସାହିରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଘଟିଥିବା ଅଗ୍ନିକାଣ୍ଡରେ ୨୦ଟି ପରିବାରର ୫୦ରୁ ଅଧିକ ବଖରା ଜଳି ଛାରଖାର ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଛି । କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଁଆକୁ ଆୟତ କରିବା ସହ ପୋଲିସକୁ ଖବର ଦେଇଛି। ପୋଲିସ ଘଟଣାସ୍ଥଳରେ ପହଁଚି ମାମଲାର ତନାଘନା କରୁଛି ।