ହାଇଦ୍ରାବାଦ : ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ନିରାଶଜନକ ପ୍ରଦର୍ଶନ କରିଛି । ଦଳର ପରବର୍ତ୍ତୀ ମ୍ୟାଚ ୧୭ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରହିଛି । ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସ ପହଞ୍ଚିଛି ।
ସନରାଇଜର୍ସ ହାଇଦ୍ରାବାଦର ରହୁଥିବା ୫-ତାରକା ହୋଟେଲରେ ଅଗ୍ନିକାଣ୍ଡ । ପରେ ଝଜଐ ଖେଳାଳିମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି।
ଗୋଟିଏ ମହଲାରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା, ଯାହା ପରେ ସେମାନେ ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇ ଦେଇଥିଲେ।
ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ IPL ଦଳକୁ ହୋଟେଲରୁ ସୁରକ୍ଷିତ ଭାବରେ ବାହାର କରାଯାଇଛି, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।